Latest Odisha News

BREAKING NEWS

ଆଇସିସି ହଲ ଅଫ ଫେମରେ ସାମିଲ ହେଲେ କାଲିସ, ଜାହୀର

ଲଣ୍ଡନ: ଆଇସିସି ହଲ ଅଫ ଫେମରେ ସାମିଲ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ୍ସ କାଲିସ, ପାକିସ୍ତାନର ଜାହୀର ଆବାସ ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଲିସା ଷ୍ଟାଲେକର । ଆଇସିସି କୋଭିଡ-୧୯ ମହାମାରୀ ଯୋଗୁ ଉପରୋକ୍ତ ଖେଳାଳିମାନଙ୍କୁ ସମ୍ମାନିତ କରିବା ପାଇଁ ଭର୍ଚୁଆଲ ସମାରୋହର ଆୟୋଜନ କରିଥିଲା ।

ଶନ ପୋଲକ, ସୁନୀଲ ଗାଭାସ୍କରଙ୍କ ପରି ମହାନ ଖେଳାଳିମାନେ ଏଥିରେ ସାମିଲ ହୋଇଥିଲେ । କାଲିସ ଓ ଜାହୀରୁ ହଲ ଅଫ ଫେମରେ ସାମିଲ ହେବା ପାଇଁ ଯୋଗ୍ୟ କ୍ରିକେଟର ବୋଲି କହିଥିଲେ । ସେହିପରି ମହିଳା ଖେଳାଳି ଲିସାଙ୍କ ଦକ୍ଷତାକୁ ଏହି ଅବସରରେ ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.