ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗାଁରେ କାନ୍ଥ ପଡ଼ି ଚାଲିଗଲା ଦୁଇ ପିଲାଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ମୃତ ଦୁଇଜଣ ପିଲା ହେଲେ ପୁଅ ଜ୍ୟୋତି ଶଙ୍କର ସିଂ ଓ ଯଶୋଦା ସିଂ। ଜ୍ୟୋତିଙ୍କୁ ୬ବର୍ଷ ହୋଇଥିବାବେଳେ ଯଶୋଦାକୁ୧୦ ବର୍ଷ ହୋଇଥିଲା। ଲଗାଣ ବର୍ଷାରେ କାନ୍ଥ ଭିଜି ଓଲଟି ପଡିଥିବା କୁହାଯାଉଛି ।
ଗତକାଲି ରାତିରେ ମା’ ସହ ତିନି ଛୁଆ ଘରେ ଶୋଇଥିଲେ। ହଠାତ୍ ବିଳମ୍ବିତ ରାତିରେ କାନ୍ଥଟି ୩ ଛୁଆଙ୍କ ଉପରେ ପଡ଼ିଯାଇଥିଲା। ମା’ ସାନ ପୁଅକୁ ଉଦ୍ଧାର କରିଥିବା ବେଳେ ବଡ଼ ଝିଅ ଓ ମଝିଆ ପୁଅ ମାଟି ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା। ପରେ ଗାଁଲୋକେ ଆସି ୨ପିଲାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.