Latest Odisha News

BREAKING NEWS

ଆଜି ଶ୍ରୀଜଗନ୍ନାଥଙ୍କ କାଳୀୟ ଦଳନ ବେଶ ନୀତି

ପୁରୀ: ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ସଂଧ୍ୟା ଧୂପ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଏହି ବେଶ ହେବ ।  ଭାଦ୍ରବ କୃଷ୍ଣ ଏକାଦଶୀରେ ଶ୍ରୀମନ୍ଦିରରେ କାଳୀୟ ଦଳନ ନୀତି ଓ ଧେନୁକାସୁର ବଧ ପ୍ରସ୍ତାବ ହେବାର ବିଧି ରହିଛି । ଏହି ଅବସରରେ ମହାପ୍ରଭୁ କାଳୀୟ ଦଳନ ବେଶରେ ଦର୍ଶନ ଦେବେ । କନାରେ  ନିର୍ମିତ ବିରାଟକାୟ କଳା ନାଗ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଆବୃତ୍ତ କରି ରହିଥାଏ । ନାଗ ଫଣା ଉପରେ ମହାପ୍ରଭୁଙ୍କ ଶ୍ରୀପୟର ଦୁଇଟି ରହିବ ।  ନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗୀରେ ଉଭା ହେବେ ।  ଶ୍ରୀକୃଷ୍ଣ କାଳିନ୍ଦୀ ହ୍ରଦର  କାଳୀୟ ସର୍ପକୁ  ଦମନ କରିଥିବାର ସ୍ମୃତିକୁ ଏହା ସ୍ମରଣ କରିଥାଏ ।

ଶ୍ରୀମନ୍ଦିରରେ କୃଷ୍ଣ ଲୀଳା ପରମ୍ପରା ଅନୁଯାୟୀ ଗତକାଲି କୋଳି ବିକା ନୀତି ଅନୁଷ୍ଠିତ ହୋଇଛି ।

 

 

Leave A Reply

Your email address will not be published.