Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିର ଦର୍ଶନକୁ ପତ୍ନୀ ମଧୁରିମାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ସୋନୁ ନିଗମ

ଭୁବନେଶ୍ୱର/ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ଦିନ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ସୋନୁ ନିଗମ ନିଜ ଭାବାବେଗକୁ ପ୍ରକାଶ କରି କହିଛନ୍ତି “ବିଗତ ୧୦ଟି ଶତାବ୍ଦୀ ଧରି କେଟିକୋଟି ଶ୍ରଦ୍ଧାଳମାନଙ୍କର ଶକ୍ତି, ଭକ୍ତି ତଥା ଭାବାବେଗର ଐକ୍ୟଭାବନା ଏଠାରେ ଅନୂଭବ କରିହୁଏ” ।

ଜୟପୁର ଠାରେ ଆୟୋଜିତ ଏକ କନସର୍ଟରେ ଯୋଗଦେବା ପରେ ଏହା ତାଙ୍କର ୨ୟ ଓଡିଶା ଗସ୍ତ ଥିଲା । ଏହି ଗସ୍ତର ଗୋଟିଏ ଦିନ ପୂର୍ବରୁ ତାଙ୍କର ଫୁଡ୍ ପଏଜନ ଯୋଗୁଁ ସେ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

https://www.instagram.com/p/BtvfM3uhO7i/?utm_source=ig_web_button_share_sheet

ସେ ଏହି ଗସ୍ତ ସମୟର କିଛି ଫଟୋକୁ ନିଜ ପତ୍ନୀ ମଧୁରିମାଙ୍କ ଉଦ୍ଦେଶ୍ୟରେ ନିିଜ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି ।

ଏହି ଦମ୍ପତି ଏକ ହେଲିପ୍ୟାଡରେ ଆସି ଫୁଲବାଣୀରେ ପହଞ୍ଚିଥିଲେ । ପୂରାପୂରି ଟ୍ରାଡିସନାଲ ଲୁକରେ ନଜର ଆସୁଥିବା ଏହି ଦମ୍ପତି ସେଠାରୁ ସେ ପୁରୀ ଅଭିମୁଖେ ବାହାରିଥିଲେ । ଏଥିସହିତ ସେ ବଡଦାଣ୍ଡ ଓ ସିଂହଦ୍ୱାରର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ଉକ୍ତ ଭିଡିଓରେ ଉଭୟ ଦମ୍ପତି ମହାପ୍ରସାଦ ଧରିଥିବା ଦେଖିବାକୁ ମିଳୁଛି ।

Comments are closed.