Latest Odisha News

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମ୍ମାନ ଦେବା ପାଇଁ କହିଲେ ସୋନୁ ସୁଦ

ମୁମ୍ବାଇ:ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଉଥିବା ହାର୍ଦ୍ଦିକ ପାଣ୍ଡ୍ୟା ଏବେ ବିଭିନ୍ନ କାରଣରୁ ସମାଲୋଚିତ ହେବାରେ ଲାଗିଛନ୍ତି । ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ପରେ ପ୍ରଶଂସକଙ୍କ ଟାର୍ଗେଟରେ ସେ ରହିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲା ପରେ ହାର୍ଦ୍ଦିକଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଏବେ ବଲିଉଡର ଲୋକପ୍ରିୟ କଳାକାର ସୋନୁ ସୁଦ କିନ୍ତୁ ହାର୍ଦ୍ଦିକଙ୍କ ସପକ୍ଷରେ ଆସିଛନ୍ତି । ସେ କହିଛନ୍ତି ଯେଉଁ ଖେଳାଳି ପ୍ରଦର୍ଶନ ବଳରେ ଦେଶକୁ ଗୌରବାନ୍ୱିତ କରିଛନ୍ତି ତାଙ୍କୁ ଏ ଭଳି ସମାଲୋଚନା କରାଯିବା ଠିକ ନୁହେଁ । ପ୍ରତ୍ୟେକ କ୍ରିକେଟରଙ୍କୁ ସମ୍ମାନ ଦେବା ଉଚିତ ।

ତାଙ୍କୁ ତାଙ୍କ ପ୍ରଦର୍ଶନ ନେଇ ଅଧିନାୟକ କରାଯାଇଛି । ଦଳରେ ଥିବା ପ୍ରତ୍ୟେକ ଖେଳାଳିଙ୍କୁ ସମ୍ମାନ ଦେବା ଆମର କର୍ତବ୍ୟ । ସୋନୁ ଏବେ ତାଙ୍କ ଆଗାମୀ ଫିଲ୍ମ ଫତେହ ନେଇ ବ୍ୟସ୍ତ ଅଛନ୍ତି । ନିକଟରେ ଏହାର ଟିଜର ଜାରୀ କରାଯାଇଛି । ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସୋନୁଙ୍କ ସହ ଏହି ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅଛନ୍ତି ।

Leave A Reply

Your email address will not be published.