Latest Odisha News

BREAKING NEWS

ଅପରାଜିତାଙ୍କୁ ମନ୍ମଥ ଚେକ୍ !

ଭୁବନେଶ୍ୱର: ଭୁବନେଶ୍ୱର ରାଜନୀତିରେ ମନ୍ମଥ ଟୁଇଷ୍ଟ । ଅପରାଜିତାଙ୍କୁ ଚେକ୍ ଦେବେ କି ମନ୍ମଥ ? ବିଜେଡିର ପଲିିଟିକାଲ ସରପ୍ରାଇଜରେ ଦଳକୁ କେତେ ଲାଭ ? ସମୀକରଣ ଓଲଟପାଲଟ କରିବ କି ସୁର ଫ୍ୟାକ୍ଟର ? ମନ୍ମଥଙ୍କ ସପକ୍ଷରେ ଯିବ କି କଂଗ୍ରେସ ଭୋଟ୍ ବ୍ୟାଙ୍କ ? ଚବିଶ ରଣଭୂମିରେ ଏଥର ଭୁବନେଶ୍ୱର ଦେଖିବ ଆଇଏଏସ୍ ପାଇଲଟ୍ ଲଢେଇ ।

କଂଗ୍ରେସ ଭେଟେରାନ୍ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକସଭା ଟିକେଟ୍ ଦେଇ ବଡ ଗୋଟି ଚଳାଇଛି ବିଜେଡିା ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ରହିଛି ଲକ୍ଷ୍ୟ । ଅପରାଜିତାଙ୍କୁ ମାତ୍ ଦେବା ସହ କଂଗ୍ରେସ ଭୋଟ୍ ହାତେଇବାକୁ ରଣନୀତି କରିଛି ବିଜେଡି । ଜଟଣୀ ସୁର ରାଉତରାୟଙ୍କ ଗଡ ରହିଛି । ସେଠାରୁ ଛଅ ଛଅ ଥର ଜିତି ବିଧାୟକ ହୋଇଛନ୍ତି ସୁର । ସଂଗଠନ ସାଙ୍ଗକୁ ସୁରଙ୍କ ଲୋକସଂପର୍କ ମଜବୁତ ରହିଛି । କେବଳ ଜଟଣୀ ନୁହେଁ ଭୁବନେଶ୍ୱର ଏକାମ୍ର ବିଧାନସଭା କ୍ଷେତ୍ରରେ ବି ସୁରଙ୍କର ରହିଛି ସପୋର୍ଟ ବେସ୍ । ଜଟଣୀ, ଖୋର୍ଦ୍ଧା, ବେଗୁନିଆର କଂଗ୍ରେସ କର୍ମୀଙ୍କ ସହ ବି ସୁରଙ୍କ ଭଲ ନେଟୱର୍କ ରହିଛି । ତେବେ ସୁରଙ୍କ ଲୋକସଂପର୍କକୁ ନିଜ ପାଇଁ ଭୋଟରେ ପରିଣତ କରିବାକୁ କେତେ ସମର୍ଥ ହେବେ ମନ୍ମଥ, ତା ଉପରେ ନଜର ରହିବ । ସୁର ନିଜେ କଂଗ୍ରେସରେ ଥିବା ବେଳେ ପୁଅ ପାଇଁ ଖୋଲାଖୋଲି ପ୍ରଚାର କରିବେ ନା ଭିତରେ ସମର୍ଥନ ଗୋଟାଇବେ, ସେନେଇ ବି ଦ୍ୱନ୍ଦ୍ୱ ରହିଛି । ଗତ ୫ବର୍ଷରେ ସାଂସଦ ଅପରାଜିତା ବିରୋଧୀ ହାୱାକୁ ନିଜ ସପକ୍ଷରେ କରିବାକୁ ଉଦ୍ୟମ କରିବ ବିଜେଡି । ମନ୍ମଥ ରାଜନୀତିରେ ନୂଆ । କ୍ଲିନ୍ ଚେହେରାର ପ୍ରାର୍ଥୀଙ୍କୁ ଦେଇ ଭୁବନେଶ୍ୱର ଗଡରେ ପୁଣି କବଜା କରିବାକୁ ଚାହୁଁଛି ବିଜେଡି ।

ଅପରାଜିତାଙ୍କ ବିପକ୍ଷରେ ସହଜ ନୁହେଁ ଭୁବନେଶ୍ୱର ଲଢେଇ । ବିଜେପି ସହ ମେଂଟ ଥିବା ବେଳେ ୧୯୯୮, ୧୯୯୯ ଓ ୨୦୦୪ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନ ଥିଲା ବିଜେଡି ଦଖଲରେ । ମେଂଟ ଭାଙ୍ଗିବା ପରେ ବି ୨୦୦୯ ଓ ୨୦୧୪ରେ ରାଜଧାନୀରେ ହୋଇଥିଲା ଶଙ୍ଖନାଦ । ପ୍ରସନ୍ନ ପାଟ୍ଟଶାଣୀ ପାଂଚ ପାଂଚ ଥର ଏହି ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ହେଲେ ୨୦୧୯ରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଅରୂପଙ୍କୁ ମାତ୍ ଦେଇ ଭୁବନେଶ୍ୱରରେ ଗେରୁଆ ବାନା ଉଡାଇଥିଲେ ଅପରାଜିତା । ଭୁବନେଶ୍ୱର ଅଧୀନରେ ଥିବା ୭ରୁ ୬ଟି ସିଟରେ ବିଜେଡି ବାଜିମାତ୍ କରିବା ସତ୍ୱେ ଲୋକସଭା ଆସନରେ ବିଜୟୀ ହୋଇଥିଲେ ଅପରାଜିତା । ସାଂସଦ ହେବା ପରଠୁ ଅପରାଜିତା ବି ରାଜ୍ୟ ରାଜନୀତିରେ ବେଶ୍ ଆକ୍ଟିଭ୍ । ତେଣୁ ତାଙ୍କୁ ମାତ୍ ଦେବା ବିଜେଡି ପାଇଁ ସେତେ ସହଜ ହେବନି ।

ଶ୍ରୀମୟୀଙ୍କୁ ପ୍ରଥମେ ପ୍ରୋଜେକ୍ଟ କରିଥିଲେ ବି ପରେ ଅପରାଜିତାଙ୍କୁ ଚେକ୍ ଦେବାକୁ କନଫିଡେଣ୍ଟହୋଇପାରିଲାନି ବିଜେଡି । ମନ୍ମଥଙ୍କୁ ଟିକେଟ୍ ଦେଇ ଯଦିଓ ଦଳ ବଡ ଗୋଟି ଚଳାଇଛି, ଏଥିରେ ବି ରିସ୍କ ରହିଛି । କଂଗ୍ରେସ ଭୋଟବ୍ୟାଙ୍କ ଖାତାକୁ ଆଣିବା ସହ ବାପାଙ୍କ ଲୋକସଂପର୍କକୁ ନିଜ ଆଡକୁ ଆଣିବା ମନ୍ମଥଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ବିଜେପିର ହେଭିୱେଟ ଅପରାଜିତାଙ୍କୁ ମାତ୍ ଦେବାକୁ ସ୍ୱତନ୍ତ୍ର ରଣନୀତି କରିବାକୁ ପଡିବ । ତେବେ ବିଜେଡିର ମନ୍ମଥ ଗୋଟି କେତେ ସଫଳ ହେବ, ତା ଉପରେ ରହିଛି ନଜର ।

ଭୁବନେଶ୍ୱରରୁ ପ୍ରିୟଦର୍ଶିନୀ ମହାପାତ୍ରଙ୍କ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.