Latest Odisha News

BREAKING NEWS

ଫିଲ୍ମର ସଫଳତା ପାଇଁ ସ୍ୱର୍ଣ୍ଣ ମନ୍ଦିରରେ ସୋନୁ ସୁଦ୍ -ଜ୍ୟାକଲିନ

ମୁମ୍ବାଇ: ଆଗକୁ ଆସୁଛି ଫିଲ୍ମ ‘ଫତେହ’ । ଏଥିରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ସୋନୁ ସୁଦ୍ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମକୁ ନେଇ ଉଭୟ ଚର୍ଚ୍ଚାରେ ଅଛନ୍ତି । ଏବେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି । ଏହାର ଶୁଟିଂ ପାଇଁ ଉଭୟ ଅମୃତସରରେ ପହଞ୍ଚିଛନ୍ତି । ପରେ ଫିଲ୍ମର ସଫଳତା ପାଇଁ ଦୁହେଁ ଅମୃତସରରେ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି ।

ଏହାର କିଛି ଫଟୋ ଓ ଭିଡ଼ିଓ ସୋନୁ ସୁଦ ନିଜେ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସୋନୁ ସୁଦ ଶେୟାର କରିଥିବା ଫଟୋରେ ସେ ଜ୍ୟାକଲିନଙ୍କ ସହ ଗୁରୁଦ୍ୱାର ବାହାରେ ଠିଆ ହୋଇଥିବା ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ବେଭବ ମିଶ୍ର ।

Leave A Reply

Your email address will not be published.