Latest Odisha News

BREAKING NEWS

ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସେହ୍ୱାଗ, ହରଭଜନ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟ ସିରିଜରେ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପ୍ରତି ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମହମ୍ମଦ ସିରାଜଙ୍କୁ ଅଷ୍ଟ୍ରେଲିଆ ପ୍ରଶଂସକ ଯେଉଁ ଭଳି ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କଲେ ତାହା ଗ୍ରହଣୀୟ ନୁହେଁ ବୋଲି ହରଭଜନ ସିଂ କହିଛନ୍ତି । ମୋ କ୍ଷେତ୍ରରେ ମଧ୍ୟ ଏହା ଘଟିଥିଲା । ମୋର ରଙ୍ଗ, ଧର୍ମ ସମେତ ଅନେକ କ୍ଷେତ୍ରରେ ସମାଲୋଚିତ କରାଯାଇଥିଲା । ଆପଣ କେମିତି ସେମାନଙ୍କୁ ରୋକିବେ ବୋଲି ହରଭଜନ ପ୍ରଶ୍ନ କରିଛନ୍ତି ।

ବୀରେନ୍ଦ୍ର ସେହ୍ୱାଗ ଲେଖିଛନ୍ତି ଆପଣ କଲେ ବ୍ୟଙ୍ଗ, ଆମେ କଲେ ବର୍ଣ୍ଣ ବୈଷମ୍ୟ (ଆପ କରେ ତେ ସାକ୍ରାଜିମ ଔର କୋଇ କରେ ତୋ ରେସିଜିମ) । ଭିଭିଏସ ଲକ୍ଷ୍ମଣ କହିଛନ୍ତି ଖେଳାଳିଙ୍କୁ ଅପଶବ୍ଦ କହିବା ଅଧିକାର ତୁମର ନାହିଁ । ଯଦି ଖେଳ ଦେଖିବାକୁ ଇଚ୍ଛା ଅଛି ଏଠାକୁ ଆସ । ନ ହେଲେ ପରିବେଶ ଖରାପ କରନି । ଏହି ଘଟଣାକୁ ଅଷ୍ଟ୍ରେଲିଆ ବୋର୍ଡ ଦୃଢ଼ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.