Latest Odisha News

୧୦୦ କୋଟିର ଚଳଚ୍ଚିତ୍ରରେ ଅଭିନୟ କରିବା ଅପେକ୍ଷା ଲୋକଙ୍କୁ ସାହାଯ୍ୟ କରିବା ଅଧିକ ସନ୍ତୋଷଜନକ; ସୋନୁ ସୁଦ

ମୁମ୍ବାଇ: କୋଭିଡ ସଙ୍କଟର ଏହି ସମୟରେ, ସୋନୁ ସୁଦ ଲୋକମାନଙ୍କୁ ମାରାତ୍ମକ ଭୂତାଣୁ ସହିତ ଲଢିବାରେ ବେଶ୍‌ ସାହାଯ୍ୟ କରିଛନ୍ତି। ଡାକ୍ତରଖାନାର ଶଯ୍ୟା ବ୍ୟବସ୍ଥା କରିବା ଠାରୁ ଆରମ୍ଭ କରି ଗୋଟିଏ ସହରରୁ ଅନ୍ୟ ସହରକୁ ରୋଗୀ ଉଠାଇବା ପର୍ଯ୍ୟନ୍ତ ସୋନୁ ଲୋକମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିଆସୁଛନ୍ତି।

ନିକଟରେ ସେ ଟ୍ୱିଟରରେ ନିଜର ଭାବନା ବାଣ୍ଟିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ୧୦୦ କୋଟି ଟଙ୍କାର ଚଳଚ୍ଚିତ୍ରରେ ଅଭିନୟ କରିବା ଅପେକ୍ଷା ଲୋକଙ୍କୁ ସାହାଯ୍ୟ କରିବା ଅଧିକ ସନ୍ତୋଷଜନକ ଅଟେ। ସୋନୁଙ୍କର ଏଭଳି ମନୋଭାବକୁ ଅନେକ ପ୍ରଶଂସା ମଧ୍ୟ କରାଯାଉଛି।

Comments are closed.