Latest Odisha News

BREAKING NEWS

ସୋନୁ ସୁଦଙ୍କ ସହାୟତା ଉପରେ ଉଠିଲା ପ୍ରଶ୍ନ!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ କାଳରେ ଅସହାୟଙ୍କୁ ସହାୟତା କରିବାରେ ଲାଗି ପଡିଛନ୍ତି । ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଆଉ କେହି କେହି ତାଙ୍କ ସାହାଯ୍ୟକୁ ପିଆର୍ ଷ୍ଟଣ୍ଟ ମଧ୍ୟ କହିବାକୁ ପଛାଉ ନାହାଁନ୍ତି । ସେହିପରି ନିକଟ ଅତୀତରେ ସ୍ନେହଲ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍ କରି ଏକ ରୋଗାଗ୍ରସ୍ତ ଶିଶୁ ପାଇଁ ସୋନୁଙ୍କୁ ସାହାଯ୍ୟ ମାଗିଥିଲେ । ଯାହାପରେ ଅବିଳମ୍ବେ ସୋନୁ ସହାୟତାର ପ୍ରତିଶ୍ରୁତି ଦେଇଥିଲେ ।

ଏହାପରେ ଜଣେ ୟୁଜର୍ସ ପ୍ରଶ୍ନ କରି ଲେଖିଥିଲେ ଯେ, ଉକ୍ତ ଟ୍ୱିଟ୍ କେଉଁଠୁ ଆସିଛି ଜଣାନାହିଁ । କେବଳ ନୂଆ ଟ୍ୱିଟର ଆକାଉଣ୍ଟ, ଯେଉଁଥିରେ ୨-୩ଟି ଫଲୋଅର୍ସ ରହିଛି ଏବଂ ସୋନୁଙ୍କୁ ଟ୍ୟାଗ୍ ବି କରାଯାଇନାହିଁ । ହେଲେ କେମିତି ସୋନୁ ଉକ୍ତ ଟ୍ୱିଟ୍ ସମ୍ପର୍କରେ ଜାଣିପାରିଲେ ଆଉ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ବି ଦେଇଦେଲେ । ବହୁତ ପୁରୁଣା ଆକାଉଣ୍ଟ ଡିଲିଟ୍ କରି ଦିଆଯାଇଛି, ଯେଉଁଠୁ ସାହାଯ୍ୟ ମଗାଯାଇଥିଲା । ପିଆର ଟିମ୍ ଏମିତି କାମ କରିଥାଏ ।

ୟୁଜର୍ସଙ୍କ ଏଭଳି ଟ୍ୱିଟର ଜବାବ ଦେବାକୁ ଯାଇ ସୋନୁ ହସ୍ପିଟାଲର ଏକ ବିଲ୍ ଶେୟାର କରିଛନ୍ତି । ମୁଁ ସାହାଯ୍ୟ ମାଗୁଥିବା ଲୋକଙ୍କୁ ଖୋଜିନିଏ ଆଉ ସେମାନେ ମୋତେ ବୋଲି ସୋନ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.