Latest Odisha News

BREAKING NEWS

ଆଙ୍କର୍‌ ହେବେ ଅଭିନେତା ସୋନୁ ସୁଦ୍‌

ମୁମ୍ବାଇ: ଆଙ୍କର୍‌ ହେବେ ଅଭିନେତା ସୋନୁ ସୁଦ୍‌। ଅଭିନେତା ସୋନୁ ସୁଦଙ୍କୁ କାର୍ଯ୍ୟକ୍ରମ ‘ଦେଶ କି ବାତ୍ ସୁନ୍‌ତା ହୁଁ’ର ଉପସ୍ଥାପନ କରିବେ। ଏହି କାର୍ଯ୍ୟକ୍ରମଟି ପ୍ରତିଦିନ ରାତି ୯ ଟାରେ ଗୁଡ୍ ନ୍ୟୁଜ୍ ଟୁଡେ ଚ୍ୟାନେଲରେ ପ୍ରସାରଣ ହେବ। ଏଥିରେ ସୋନୁ ସୁଦ୍‌ ହୋଷ୍ଟ ହେବେ।

ମହାମାରୀ ସମୟରେ ନିଜର ଉଦାର ମନୋଭାବ ଓ ମହତ୍‌ କାର୍ଯ୍ୟ ଯୋଗୁ ସୋନୁ ସୁଦ ଅନେକ ଲୋକପ୍ରିୟତା ସାଉଁଟିପାରିଛନ୍ତି। ଅନ୍ୟମାନଙ୍କ ଲାଗି ପ୍ରେରଣା ଉତ୍ସ ଭାବରେ ଉଭା ହୋଇଛନ୍ତି ସୋନୁ। ଚ୍ୟାନେଲରେ ତାଙ୍କର ଉପସ୍ଥିତି ଅଧିକ ଭଲ ଖବର ଆଣିବାର ଆମ ପ୍ରୟାସକୁ ଆହୁରି ଦୃଢ କରିବ। ସୋନୁଙ୍କୁ ଏକ ନୂଆ ରୂପରେ ‌ଦେଖିବା ଲାଗି ଆମେ ବେଶ୍‌ ଉତ୍ସାହିତ ବୋଲି  ଇଣ୍ଡିଆ ଟୁଡେ ଗ୍ରୁପ୍‌ର ଭାଇସ ଚେୟାରମ୍ୟାନ୍ କହିଛନ୍ତି।

Comments are closed.