Latest Odisha News

BREAKING NEWS

୧୬ ରେ ଆମାଜନ ପ୍ରାଇମରେ ରିଲିଜ କରିବ ‘ବେଲ୍‌ବଟମ୍‌’

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ବେଲ ବଟମ୍ ସେପ୍ଟେମ୍ବର ୧୬ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ। ଏ ନେଇ ଅକ୍ଷୟ କୁମାର ସୋସିଆଲ ମିଡିଆରେ ସେୟାର୍‌ କରିଛନ୍ତି। ଏହାପୂର୍ବରୁ ଫିଲ୍ମ ଅଗଷ୍ଟ ୧୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ରଞ୍ଜିତ ଏମ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଲାରା ଦତ୍ତା, ବାନି କପୁର ଏବଂ ହୁମା କୁରେଶି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଅକ୍ଷୟ କୁମାର ଏହି ଖବର ସୋସିଆଲ ମିଡିଆରେ ସେୟାର କରିବା ସହ ଉଲ୍ଲେଖ କରିଛନ୍ତି ଯେ “ତାରିଖ ଆପ୍‌ ୟାଦ୍‌ ରଖ୍‌ନା, ମିଶନ ହମ ୟାଡ ଦିଲା ଦେଙ୍ଗେ।”

Leave A Reply

Your email address will not be published.