Latest Odisha News

BREAKING NEWS

ସୌଭାଗ୍ୟ ରଥ ଏବଂ ବିଜୟ ଦାସ ବନିଲେ ଆଇରନମ୍ୟାନ

ଭୁବନେଶ୍ୱର: ସୌଭାଗ୍ୟ କୁମାର ରଥ ଏବଂ ବିଜୟ କୁମାର ଦାସ ସଫଳତାର ସହ ଆଇରନମ୍ୟାନ ହେଇଛନ୍ତି। ଅଗଷ୍ଟ ୧୪ ତାରିଖରେ କାଜାଖସ୍ତାନ ରାଜଧାନୀ ଅସ୍ତାନା (ନୂର୍ ସୁଲତାନ) ଠାରେ ଅନୁଷ୍ଠିତ ଆଇରନ ମ୍ୟାନ ଟ୍ରାଇଥଲନ ପ୍ରତିଯୋଗିତାରେ ସୌଭାଗ୍ୟ ଦ୍ଵିତୀୟ ଥର ପାଇଁ ଆଇରନ ମ୍ୟାନ ହୋଇଛନ୍ତି।

ସେ ମୋଟ ୩.୮ କିମି ସନ୍ତରଣ, ୧୮୦ କିମି ସାଇକେଲ ଚାଳନା ଏବଂ ୪୨.୨ କିମି ଦୌଡ଼କୁ ସର୍ବମୋଟ ୧୫ ଘଣ୍ଟା ୫୩ ମିନିଟ ୫୮ ସେକେଣ୍ଡରେ ସମ୍ପନ୍ନ କରିଥବା ବେଳେ ପ୍ରଥମ ଓଡ଼ିଆ ଭାବରେ ଦୁଇଟି ମହାଦେଶର ଆଇରନମ୍ୟାନ ହେଇଛନ୍ତି।

ପୂର୍ବରୁ ୨୦୧୯ରେ ସୌଭାଗ୍ୟ ଜର୍ମାନୀର ହାମବର୍ଗ ସହରରେ ଆଇରନମ୍ୟାନ ହୋଇଥିଲେ। ଅନ୍ୟ ପକ୍ଷରେ ବିଜୟ ପ୍ରଥମ ଥର ପାଇଁ ଆଇରନମ୍ୟାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସମାନ ଦୁରତ୍ଵକୁ ୧୩ ଘଣ୍ଟା ୫୨ ମିନିଟ ୦୮ ସେକେଣ୍ଡରେ ଶେଷ କରି ନିଜର କ୍ରୀଡା ନୈପୁଣ୍ୟର ପରିଚୟ ଦେଇଛନ୍ତି।

ସୌଭାଗ୍ୟ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ପ୍ରସାରଣ ନିଷ୍ପାଦକ ଭାବେ କାର୍ଯ୍ୟରତ ଥିବା ବେଳେ ବିଜୟ ଭାରତ ଭାରୀ ବୈଦ୍ୟୁତିକ ଉଦ୍ୟୋଗରେ ସହକାରୀ ନିର୍ଦ୍ଦେଶକର ଦାୟିତ୍ଵ ନିର୍ବାହ କରୁଛନ୍ତି।

ଆଜି ୭୫ତମ ସ୍ବାଧିନତା ଦିବସ ପାଳନ ଅବସରରେ କାଜାଖସ୍ତାନ ଠାରେ ଥିବା ଭାରତୀୟ ଦୂତାବାସ ଠାରେ ସମସ୍ତ ଭାରତୀୟ ଆଇରନମ୍ୟାନ ଖେଳାଳିଙ୍କୁ ଭାରତୀୟ ଉଚ୍ଚ ଆୟୁକ୍ତ ଶୁଭଦର୍ଶିନୀ ତ୍ରିପାଠୀଙ୍କ ଦ୍ଵାରା ପ୍ରଶଂସିତ ଏବଂ ସମ୍ଭର୍ଦ୍ଧିତ କରାଯାଇଛି।

Comments are closed.