Latest Odisha News

BREAKING NEWS

ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା: ଗାଁ ଲୋକେ ହେଉଛନ୍ତି ହନ୍ତସନ୍ତ

ରାୟଗଡ଼ା: ଲଗାଣ ବର୍ଷାରେ ବେହାଲ ରାୟଗଡା ଜିଲ୍ଲାର ଲୋକେ । କିଛି ଗ୍ରାମର ଲୋକେ ପାଣି ଘେରରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି  କୋଲନରା ବ୍ଲକର କାର୍ତିକଗୁଡା ଗ୍ରାମରେ ପାହାଡି ଝରଣାର ପାଣି ମାଡିଯାଇ ବନ୍ୟାର ଭ୍ରମ ସୃଷ୍ଟି କରିଛି । ଗ୍ରାମରେ ପାହାଡି ଝରଣାର ପାଣି ମାଡିଯାଇ ଗ୍ରାମମଝିରେ  ପାଣି ଲହଡି  ଭାଙ୍ଗୁଛି । ଦୁଇ ପରିବାରର ଘରର କାନ୍ଥ ପଡି ଯାଇଥିବା ବେଳେ ଅନେକ ଘରେ ପାଣି ପଶି ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ଗ୍ରାମବାସୀ ବ୍ଲକ ପ୍ରଶାସନ ଙ୍କୁ ଜଣେଇଥିଲେ ମଧ୍ୟ କୌଣସି ଅଧିକାରୀଙ୍କର ପାଦ ପଡିନି ଗାଁରେ ।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡି ବାସ ହରା ହେଇଛନ୍ତି ଦୁଇ ପରିବାର। ଅଳ୍ପକେ ବର୍ତିଯାଇଛନ୍ତି ପରିବାର ଲୋକେ। ଆଜକୁ ତିନିଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ରାୟଗଡା ଜିଲ୍ଲା କୋଳନରା ବ୍ଲକ ଅନ୍ତର୍ଗତ କାର୍ତିକଗୁଡା ଗ୍ରାମରେ ପାହାଡି ଝରଣାର ପାଣି ପଶି ଗ୍ରାମରେ ଲହଡି ଭାଙ୍ଗୁଛି । ଗ୍ରାମର ଲକ୍ଷ୍ମଣ ପ୍ରାସ୍କା ଓ ନାରାୟଣ ପ୍ରାସ୍କା ନାମକଦୁଇଜଣଙ୍କ ଘରର କାନ୍ଥ ଭୁଶୁଡି ପଡିଯାଇଥିବା ବେଳେ ଅନେକ ଘରେ ଝରଣା ପାଣି ପଶି ଯାଇଛି ।

ଲଗାଣ ବର୍ଷା ଯୋଗୁଁ ହଠାତ ଲକ୍ଷ୍ମଣ ପ୍ରାସ୍କା ଓ ନାରାୟଣ ପ୍ରାସ୍କାଙ୍କ ଘରର କାନ୍ଥ ଘର ବାହାର ଆଡକୁ ପଡି ଯାଇଥିଲା। ଏହି ଶବ୍ଦ ଶୁଣି ଭୟଭୀତ ହେଇ ବାହାରକୁ ଚାଲି ଆସିଥିଲେ ପରିବାର ଲୋକେ । ଏପରିକି ପରିବାର ଲୋକେ କିଛି ବୁଝିବା ପୂର୍ବରୁ ଘରର ଆସବାବ ପତ୍ର ଓ ଖାଇବା ସାମଗ୍ରୀ ସବୁ ଧୋଇହୋଇ ଯାଇଥିଲା । ଗ୍ରାମବାସୀ ପୀଡିତ ଲୋକମାନଙ୍କୁ ନେଇ ନିଜ ନିଜ ଘରେ ରହିବା ପାଇଁ ସହଯୋଗ କରିଛନ୍ତି ।

ବ୍ଲକ ପ୍ରଶାସନକୁ ଜଣେଇଥିଲେ ମଧ୍ୟ ଏ ଯାଏଁ କୌଣସି ଅଧିକାରୀଙ୍କର ପାଦ ପଡିନି ଗ୍ରାମରେ । ସଦର ବ୍ଲକ କୋଲନରା ଠାରୁ ମାତ୍ର ଦଶ କିଲୋମିଟର ଭିତରେ କାର୍ତିକାଗୁଡା ରହିଥିବା ବେଳେ ସକାଳୁ ଖବରପାଇ ସମିତି ମେମ୍ବର ପ୍ରଶାସନକୁ ଜଣେଇଥିଲେ ମଧ୍ୟ ବ୍ଲକ କିମ୍ବା ତହସିଲର କୌଣସି ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଗ୍ରାମବାସୀ ମାନେ ପୀଡିତଙ୍କୁ କିଛି କିଛି ଚୁଡା ଚିନି ଖାଇବାକୁ ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.