Latest Odisha News

BREAKING NEWS

ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ ଟାଙ୍ଗଲାଙ୍ଗ ଲା’ରେ କଲେ ପତାକା ଉତୋଳନ

ଭୁବନେଶ୍ୱର: ଭୁବନେଶ୍ୱର ସାଇକ୍ଲିଂ ଏବଂ ଆଡଭେଞ୍ଚର କ୍ଲବ ସୋମବାର ଟାଙ୍ଗଲାଙ୍ଗ ଲା’ ଶିଖର ଆରୋହଣ କରି ପତାକା ଉତୋଳନ କରିଛନ୍ତି । ହିମାଳୟର ଟାଙ୍ଗଲାଙ୍ଗ ଲା ଉପରେ ଜାତୀୟ ତ୍ରିକୋଣ (ଏମଏସଏଲ ଉପରେ ୧୭ ୫୮୨ ଫୁଟ) ଖୋଲିଛି ।

ମନାଲି ଲେ ଖରଦୁଙ୍ଗ ଲା ରେ ସାଇକେଲ ଚାଳନା କରି ଅଷ୍ଟମ ଦିନରେ ବିସିଏସିର ସାଇକେଲ ଚାଳନକାରୀ ମନାଲି ଲେ ଖରଦୁଙ୍ଗର ଶିଖରକୁ ପହଞ୍ଚିଛନ୍ତି ।

ସେଠାରେ ସାଇକେଲ ଚାଳନାକାରୀ ପରିଦର୍ଶକଙ୍କ ସହ ମିଶି ୭୬ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ପତାକା ଉତୋଳନ କରିବା ସହ ଜାତୀୟ ସଙ୍ଗୀତ ଗାନ କରି ବୀର ସହିଦ ମାନଙ୍କୁ ମନେ ପକାଇଛନ୍ତି ।

ଆଇପିଏସ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କ ନେତୃତ୍ୱରେ ୨୦ ଜଣିଆ ସାଇକେଲ ଚାଳନାକାରୀ ଦଳ ମନାଲିରୁ ୧୦ ଦିନିଆା ଖରଦୁଙ୍ଗ ଲା ସାଇକେଲ ଅଭିଯାନରେ ଅଛନ୍ତି ।

ଏହି ଦଳ ମନାଲିରୁ ୮ ଅଗଷ୍ଟ ରୁ ଅଭିଯାନ ଆରମ୍ଭ କରି ମାର୍ହି, ସିସୁ, ଜିସପା, ଜିଙ୍ଗ ଜିଙ୍ଗ ବାର, ସରଚୁ ଆଦି ସ୍ଥାନ ଅତିକ୍ରମ କରିସାରିଛନ୍ତି ।

Leave A Reply

Your email address will not be published.