Latest Odisha News

BREAKING NEWS

ସିଆରପିଏଫରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ, ଛୁଟିଲା ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା : ସିଆରପିଏଫରେ ଯୋଗ ଦେବେ କର୍ଲାମୁଣ୍ଡା ଝିଅ ସୌମ୍ୟାରାଣୀ । କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସି.ଆର.ପି.ଏଫ)ରେ ଯୋଗ ଦେବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ବ୍ଲକର ସରଗୁଲ ଗାଁର ପ୍ରଭାତ କୁମାର ହୋତା ଓ ଶାନ୍ତିପ୍ରିୟା ହୋତାଙ୍କ ଝିଅ ସୌମ୍ୟାରାଣୀ । ତାଙ୍କ ବୟସ ୨୦ ବର୍ଷ । କର୍ଲାମୁଣ୍ଡା ବ୍ଲକର ପ୍ରଥମ ମହିଳା ସୌମ୍ୟାରାଣୀ ଯିଏ ସିଆର୍‌ପିଏଫ୍‌ରେ ଯୋଗ ଦେବେ ।

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପାଇଁ ଏହା ନିଶ୍ଚିତ ଖୁସିର ଖବର । ସୌମ୍ୟାରାଣୀ ଚଳିତ ବର୍ଷ ରିଷିଡା ଜଗନ୍ନାଥ ଡିଗ୍ରୀ କଲେଜରୁ ସ୍ନାତକ ହାସଲ କରିଛନ୍ତି । ଗତକିଛି ବର୍ଷ ହେଲା ନିୟମିତ ଭାବେ ସକାଳ ଓ ସନ୍ଧ୍ୟାରେ ଦୌଡିବା ସହ ଯବାନ ହେବା ପାଇଁ ସେ କଠିନ ପରିଶ୍ରମ ଜାରି ରଖିଥିଲେ । ଏଥର ସେ ସିଆରପିଏଫ ଯବାନ ହେବା ପାଇଁ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ଏଥିପାଇଁ ବିଭିନ୍ନ ମହଲରୁ ସୌମ୍ୟାରାଣୀଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

Leave A Reply

Your email address will not be published.