Latest Odisha News

BREAKING NEWS

ଗାଡି ହର୍ଣ୍ଣରେ ବ୍ୟବହାର କରାଯିବ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ!

ନାଶିକ: କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ସୋମବାର କହିଛନ୍ତି ଯେ ସେ ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି ଯେଉଁଥିରେ କେବଳ ଭାରତୀୟ ବାଦ୍ୟଯନ୍ତ୍ରର ଶବ୍ଦ ଯାନବାହନ ହର୍ଣ୍ଣ ପାଇଁ ବ୍ୟବହାର କରାଯାଇପାରିବ।

ନାଶିକରେ ଏକ ରାଜପଥ ଉଦ୍‌ଘାଟନୀ ସମାରୋହରେ ଯୋଗ ଦେଇ ଗାଡକରୀ କହିଛନ୍ତି ଯେ ସେ ଆମ୍ବୁଲାନ୍ସ ଏବଂ ପୋଲିସ୍ ଗାଡି ବ୍ୟବହାର କରୁଥିବା ସାଇରନ୍ ଉପରେ ମଧ୍ୟ ଅଧ୍ୟୟନ କରୁଛନ୍ତି ଏବଂ ଏହି ଗାଡିଗୁଡିକର ହର୍ଣ୍ଣରେ ଅଲ୍‌ ଇଣ୍ଡିଆ ରେଡିଓରେ ବଜାଯାଇଥିବା ଏକ ମନୋରମ ସ୍ୱରରେ ବଦଳାଇବାକୁ ଯୋଜନା ଚାଲିଛି।

“ବର୍ତ୍ତମାନ ମୁଁ ଏହି ସାଇରନ୍ ଗୁଡିକର ଶବ୍ଦ ପରିବର୍ତ୍ତନ କରିବାକୁ ଚାହୁଁଛି। ବର୍ତ୍ତମାନ ମୁଁ ଆମ୍ବୁଲାନ୍ସ ଏବଂ ପୋଲିସ୍ ଗାଡିରେ ବାଜୁଥିବା ସାଇରନ୍ ଉପରେ ଅଧ୍ୟୟନ କରୁଛି।

“ଆକାଶବାଣୀରେ ଜଣେ କଳାକାର ରଚନା କରିଥିବା ଗୋଟିଏ ସ୍ବରକୁ ଆମ୍ବୁଲାନ୍ସ ପାଇଁ ବ୍ୟବହାର କରିବାକୁ ଚିନ୍ତା କରୁଛି ଯାହା ଦ୍ବାରା ଲୋକମାନେ ଆନନ୍ଦ ଅନୁଭବ କରିବେ। ପୂର୍ବରୁ ବ୍ୟବହାର କରାଯାଉଥିବା ହର୍ଣ୍ଣର ଶବ୍ଦ କାନକୁ ମଧ୍ୟ କ୍ଷତି ପହଞ୍ଚାଏ ବୋଲି ସେ କହିଛନ୍ତି।

Leave A Reply

Your email address will not be published.