Latest Odisha News

BREAKING NEWS

ଗାଙ୍ଗୁଲିଙ୍କ ବାୟୋପିକ୍: ମୁଖ୍ୟ ଭୂମିକା ପାଇଁ ଏହି ଅଭିନେତାଙ୍କୁ ଅଫର୍, ସ୍ପଷ୍ଟ କଲେ ଦାଦା

ମୁମ୍ବଇ: ଭାରତୀୟ କ୍ରିକେଟ ଦଳର ସର୍ବଶ୍ରେଷ୍ଠ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଗାଙ୍ଗୁଲି। ଦାଦା’ ନାମରେ ପରିଚିତ ଏହି ଭାରତୀୟ କ୍ରିକେଟରଙ୍କ ରେକର୍ଡ଼ ବିଷୟରେ ସମସ୍ତେ ଅବଗତ। ଏବେ ତାଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗାଙ୍ଗୁଲିଙ୍କ ଜୀବନ କାହାଣୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ପୂର୍ବତନ କ୍ରିକେଟର ତଥା ବିସିସିଆଇର ପୂର୍ବତନ ମୁଖ୍ୟ ସୌରଭ ଗାଙ୍ଗୁଲି ତାଙ୍କ ପ୍ରସ୍ତାବିତ ଆଗାମୀ ବାୟୋପିକ ବିଷୟରେ ଅନେକ ଖୁଲାସା କରିଛନ୍ତି।

ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ବିଷୟରେ ବହୁତ ଦିନ ଧରି ଆଲୋଚନା ଚାଲିଥିଲା ​​ଏବଂ ଏବେ ଏହା ଉପରେ ଏକ ବଡ଼ ଅପଡେଟ୍ ଆସିଛି। ପୂର୍ବରୁ ଖବର ଥିଲା ଯେ ଆୟୁଷ୍ମାନ ଖୁରାନା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିପାରନ୍ତି, କିନ୍ତୁ ଏବେ ଗାଙ୍ଗୁଲି ନିଜେ ପ୍ରକାଶ କରିଛନ୍ତି ଯେ ତାଙ୍କ ଭୂମିକାରେ ରାଜକୁମାର ରାଓ ନଜର ଆସିବେ। ଅଭିନେତା ରାଜକୁମାର ରାଓ ତାଙ୍କର ଉତ୍କୃଷ୍ଟ ଅଭିନୟ ପାଇଁ ଜଣାଶୁଣା। ଏବେ ଦେଖିବା ଆକର୍ଷଣୀୟ ହେବ ଯେ ସେ ବଡ଼ ପରଦାରେ ‘ଦାଦା’ ଚରିତ୍ରକୁ କେତେ ସୁନ୍ଦର ଭାବରେ ଜୀବନ୍ତ କରୁଛନ୍ତି।

ଗାଙ୍ଗୁଲି ତାଙ୍କ ଆଗାମୀ ବାୟୋପିକ୍ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ‘‘ମୁଁ ଯାହା ଶୁଣିଛି, ସେହି ଅନୁସାରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିବେ। କିନ୍ତୁ ତାରିଖକୁ ନେଇ ଏକ ସମସ୍ୟା ଅଛି। ତେଣୁ ଏହା ପରଦାକୁ ଆସିବାକୁ ଏକ ବର୍ଷରୁ ଅଧିକ ସମୟ ଲାଗିପାରେ।’’ ଫିଲ୍ମର ବିଳମ୍ବକୁ ନେଇ ତାଙ୍କ ପ୍ରଶଂସକମାନେ ନିଶ୍ଚିତ ଭାବେ ସାମାନ୍ୟ ନିରାଶ ହୋଇପାରନ୍ତି। ଅଭିନେତା ରାଜକୁମାର ରାଓଙ୍କ ନାମ ପୂର୍ବରୁ ଏହି ପ୍ରୋଜେକ୍ଟ ସହ ଜଡ଼ିତ ଥିଲା। ଏବେ ନିଜେ ସୌରଭ ଗାଙ୍ଗୁଲି ନିଜେ ଏହା ସ୍ପଷ୍ଟ କରିଛନ୍ତି। ୨୦୨୧ରେ ଏହି ବାୟୋପିକ୍‌ ନିର୍ମାଣ ନେଇ ଘୋଷଣା ହୋଇଥିଲା।

Comments are closed.