Latest Odisha News

BREAKING NEWS

ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ସୌରଭ ଗାଙ୍ଗୁଲି

କୋଲକାତା: ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛି କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ଘରେ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ଗତ ୨ ତାରିଖରେ କୋଲକାତା ବାସଭବନରେ ଥିବା ଜିମରେ ଅଭ୍ୟାସ ବେଳେ ହୃଦଘାତର ଶିକାର ହୋଇଥିଲେ ଗାଙ୍ଗୁଲି । କୋଲକାତା ଉଡଲ୍ୟାଣ୍ଡସ ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟ ପରେ ସେ ସୁସ୍ଥ ହୋଇ ଆଜି ଘରକୁ ଫେରିବେ ।

ହସ୍ପିଟାଲ ଯାଇ ତାଙ୍କୁ ଭେଟିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଫୋନ କରି ସୌରଭ ଗାଙ୍ଗୁଲିଙ୍କୁ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

Leave A Reply

Your email address will not be published.