Latest Odisha News

BREAKING NEWS

୨୬ ବର୍ଷୀୟ ଯୁବକଙ୍କୁ ବିବାହ କଲେ ୬୩ ବର୍ଷିୟା ବୃଦ୍ଧା : ଏବେ ସନ୍ତାନ ଚିନ୍ତା

ନ୍ୟୁୟର୍କ: କୁହାଯାଏ ପ୍ରେମରେ ବୟସ, ଧନୀ ଓ ଗରିବ କିଛି ବି ବାଧକ ସାଜି ପାରେ ନାହିଁ । ବାସ୍‌, କେବଳ ମନକୁ ମନ ମିଶିବା ଦରକାର । ଏହାର ପ୍ରମାଣ ହେଉଛି ନିକଟରେ ଜଣେ ୨୬ ବର୍ଷୀୟ ଯୁବକ ଓ ୬୩ ବର୍ଷୀୟା ବୃଦ୍ଧାଙ୍କ ବିବାହ ଘଟଣା । ଉଭୟଙ୍କ ବୟସ ପାର୍ଥକକୁ ନେଇ ଲୋକେ ସୋସିଆଲ ମିଡ଼ିଆରେ ଅନେକ ଟିପ୍ପଣୀ ଦେଇଛନ୍ତି । ଏମିତି କି ଏହି ଦମ୍ପତ୍ତିଙ୍କୁ ଜେଜେମା ଏବଂ ନାତି ବୋଲି ସମ୍ବୋଧନ ମଧ୍ୟ କରିଛନ୍ତି ।

ଆମେରିକାର ଜର୍ଜିଆ ବାସିନ୍ଦା କୁରାନ । ସେ ଶେରିଲ ନାମକ ଜଣେ ବୃଦ୍ଧାଙ୍କୁ ଏକ ରେଷ୍ଟୁରାଣ୍ଟରେ ଭେଟିଥିଲେ । ପ୍ରଥମ ଦେଖାରେ ଶେରିଲ କୁରାନଙ୍କୁ ଭଲ ପାଇ ବସିଥିଲେ । ସେତେବେଳେ କୁରାନଙ୍କ ବୟସ ମାତ୍ର ୧୫ ବର୍ଷ ହୋଇଥିବା ବେଳେ ଶେରିଲଙ୍କ ବୟସ ୫୨ ହୋଇଥିଲା । ଉଭୟଙ୍କ ଭିତରେ ଏତେ ବୟସ ଫରକ ସତ୍ତ୍ୱେ ପରସ୍ପରକୁ ସେମାନେ ଖୁବ ଭଲ ପାଉଥିଲେ । ୨୦୨୦ ମସିହାରୁ ସେମାନେ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ । ପରେ ବିବାହ ବନ୍ଧନରେ ମଧ୍ୟ ବାନ୍ଧି ହୋଇଥିଲେ । ବିବାହ ତ ହେଲା ଏବେ ସେମାନଙ୍କୁ ଘାରିଛି ସନ୍ତାନ ଜନ୍ମ ଚିନ୍ତା । କାରଣ ଏବେ ୬୩ ବର୍ଷ ବୟସରେ ପହଞ୍ôଚଥିବା ଶେରିଲ ମାଆ ହେବା ସମ୍ଭବ ନୁହେଁ । ତେବେ ସରୋଗେସି ମାଧ୍ୟମରେ ସେମାନେ ଏକ ପରିବାର ପ୍ରତିପୋଷଣ କରିବାକୁ ଚାହାଁନ୍ତି ବୋଲି କହିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶେରିଲଙ୍କ ପୁଅ କୁରାନଙ୍କଠାରୁ ବହୁତ ବଡ଼ ।

କୁରାନ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରି ତାଙ୍କ ପତ୍ନୀ ଶେରିଲଙ୍କ ସହ ଲୋକଙ୍କୁ ପରିଚିତ କରାଇଛନ୍ତି । ଏହି ଯୋଡ଼ିଙ୍କୁ ଦେଖି ପ୍ରଥମେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ କୌଣସି ରୋମାଣ୍ଟିକ ମୁହୂର୍ତ୍ତ ନ ଥିବ ବୋଲି ଅନେକ ମତ ରଖିଥିଲେ । ଯୁବକ ଦେଖାଯାଉଥିବା କୁରାନଙ୍କ ପତ୍ନୀଙ୍କ ଚେହେରା ଠିକ୍ ଜେଜେମା’ଙ୍କ ପରି ଦେଖାଯାଉଛିି । ଭିଡିଓରେ କୁରାନ କହିଛନ୍ତିି ଯେ, ତାଙ୍କ ପତ୍ନୀଙ୍କ ସହ ସେ ବହୁତ ଖୁସିରେ ଅଛନ୍ତି ।

Leave A Reply

Your email address will not be published.