Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍‌ରେ ୧୦୦ ବର୍ଷର ଐତିହାସିକ ରେକର୍ଡ

ଗେକେବରହା: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗେକେବରହାର ସେଣ୍ଟ ଜର୍ଜ ପାର୍କରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବା ସହ କ୍ରିକେଟ୍ ଇତିହାସରେ ଏକ ବିରଳ ରେକର୍ଡ ସୃଷ୍ଟି ହୋଇଛି । ଏହି ମ୍ୟାଚ୍‌ରେ ଉଭୟ ଦଳର ପ୍ଲେଇଂ-୧୧ରୁ ମୋଟ ୧୯ ଜଣ ଖେଳାଳି ଏପରି ଅଛନ୍ତି, ଯାହାଙ୍କ ବୟସ ୩୦ ବର୍ଷ କିମ୍ବା ତା’ଠାରୁ ଅଧିକ । ଆଧୁନିକ କ୍ରିକେଟ୍‌ରେ ଯେଉଁଠି ଦଳଗୁଡ଼ିକ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେଉଛନ୍ତି, ସେଠାରେ ୧୦୦ ବର୍ଷ ପରେ (୧୯୨୬ ମସିହା ପରଠାରୁ) ପ୍ରଥମ ଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ରେ ଏତେ ଅଧିକ ଅଭିଜ୍ଞ ତଥା ୩୦+ ବର୍ଷୀୟ ଖେଳାଳି ମୈଦାନକୁ ଓହ୍ଲାଇଛନ୍ତି ।

ଏହି ମ୍ୟାଚ୍‌ରେ ଖେଳୁଥିବା ମୋଟ ୨୨ ଜଣ ଖେଳାଳିଙ୍କ ମଧ୍ୟରୁ କେବଳ ଦକ୍ଷିଣ ଆଫ୍ରିକାର ୩ ଜଣ ଖେଳାଳି —ମ୍ୟାଥ୍ୟୁ ବ୍ରିଟ୍‌ଜକେ (୨୭), ମାର୍କୋ ଜାନସେନ୍ (୨୬) ଏବଂ ୱିଆନ୍ ମୁଲ୍ଡର (୨୮) ଙ୍କ ବୟସ ୩୦ ବର୍ଷରୁ କମ । ଅଷ୍ଟ୍ରେଲିଆ ପକ୍ଷରୁ ଓହ୍ଲାଇଥିବା ସମସ୍ତ ୧୧ ଜଣ ଖେଳାଳିଙ୍କ ବୟସ ୩୦ ବର୍ଷ କିମ୍ବା ତା’ଠାରୁ ଅଧିକ। ଦଳର ସବୁଠାରୁ ଯୁବ ଖେଳାଳି ମ୍ୟାଟ୍ ରେନ୍‌ଶ\’ଙ୍କ ବୟସ ମଧ୍ୟ ୩୦ ବର୍ଷ । ଷ୍ଟିଭ୍ ସ୍ମିଥ୍ (୩୭), ସ୍କଟ୍ ବୋଲାଣ୍ଡ (୩୭) ଏବଂ ଦକ୍ଷିଣ ଆଫ୍ରିକାର ସାଇମନ୍ ହାର୍ମର (୩୭) ଏହି ମ୍ୟାଚ୍‌ର ସବୁଠାରୁ ଅଧିକ ବୟସ୍କ ଖେଳାଳି ।

ଟେଷ୍ଟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ୩୦+ ବର୍ଷୀୟ ଖେଳାଳି: ୨୦ ଜଣ: ଇଂଲଣ୍ଡ ବିପକ୍ଷ ଅଷ୍ଟ୍ରେଲିଆ (ନଟିଂହାମ୍, ୧୯୨୬), ୧୯ ଜଣ: ଦକ୍ଷିଣ ଆଫ୍ରିକା ବିପକ୍ଷ ଅଷ୍ଟ୍ରେଲିଆ (ଗେକେବରହା, ୨୦୨୬), ୧୯ ଜଣ: ଇଂଲଣ୍ଡ ବିପକ୍ଷ ଅଷ୍ଟ୍ରେଲିଆ (ସିଡନୀ, ୧୯୨୧ / ଲର୍ଡସ, ୧୯୨୬ / ଲିଡ୍ସ, ୧୯୨୬ / ମାଞ୍ଚେଷ୍ଟର, ୧୯୨୬) ।

Leave A Reply

Your email address will not be published.