Latest Odisha News

BREAKING NEWS

ବିଶ୍ୱକପ ୨୦୨୩: ଦକ୍ଷିଣ ଆଫ୍ରିକାର ରେକର୍ଡ ସ୍କୋର ଚେଜ କରିବାରେ ବିଫଳ ହେଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାର ରେକର୍ଡ ସ୍କୋରକୁ ଚେଜ କରିବାରେ ଶ୍ରୀଲଙ୍କା ବିଫଳ ହୋଇଛି । ୪୨୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୪୪.୫ ଓଭରରେ ୩୨୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଅବଶ୍ୟ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ । କୁଶଳ ମେଣ୍ଡିସ ୭୬, ଚରିଥ ଅସଲଙ୍କା ୭୯ ଓ ଡାସୁନ ଶନକା ୬୮ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଗେରାଲ୍ଡ କୋଏଟଜି ୩ଟି ୱିକେଟ ନେଇଥିଲେ । ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୫ ୱିକେଟ ହରାଇ ରେକର୍ଡ ୪୨୮ ରନ ସଂଗ୍ରହ କରିଥିଲା । ବିଶ୍ୱକପରେ ଏହା ପୂର୍ବରୁ ୨୦୧୫ରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ୪୧୭ ରନ କରିଥିଲା ।

ଏହି ମ୍ୟାଚରେ ରାସୀ ୱାନ ଡେର ହାସନ (୧୦୮), କ୍ୱିଟଂନ ଡିକକ୍‌(୧୦୦ ) ଓ ଆଡାମ ମାର୍କରାମ (୧୦୬) ଶତକ ହାସଲ କରିଥିଲେ । ଏହା ପୂର୍ବରୁ ଗୋଟିଏ ଟିମ ପକ୍ଷରୁ ୩ଜଣ ବ୍ୟାଟ୍ସମ୍ୟାନ ବିଶ୍ୱକପରେ ଶତକ ହାସଲ କରି ନ ଥିଲେ । ସେହିପରି ମାର୍କରାମ ସବୁଠାରୁ କମ ୪୯ ବଲରେ ଶତକ ହାସଲ କରି ରେକର୍ଡ ସ୍ଥାପନ କରିଛନ୍ତି । ସେ ତାଙ୍କ ଇନିଂସରେ ୧୪ ଚୌକା ଓ ୩ ଛକା ମାରିଥିଲେ । ମାର୍କରାମ ଆୟର୍ଲାଣ୍ଡର କେଭିନ ଓ ବ୍ରେନଙ୍କ ୫୦ ବଲରୁ ଶତକ ରେକର୍ଡ ଭଙ୍ଗ କରିଛନ୍ତି । ଟସ ଜିତି ଶ୍ରୀଲଙ୍କା ଫିଲ୍ଡିଂ ନିଷ୍ପତି ନେବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

Leave A Reply

Your email address will not be published.