Latest Odisha News

BREAKING NEWS

ଏକା ସାଙ୍ଗରେ ୧୦ଛୁଆ ଜନ୍ମ କରିଥିବା ମହିଳାଙ୍କ ଦାବୀ ମିଥ୍ୟ ପ୍ରମାଣିତ, ଅଧିକାରୀଙ୍କୁ କୌଣସି ପ୍ରମାଣ ମିଳୁନି !

କେପଟାଉନ: ଏକାଥରକେ ୧୦ ଛୁଆ ଜନ୍ମ କରିଥିବା ଗୋସିୟମ ସିଥୋଲଙ୍କ ଦାବୀ ପ୍ରାରମ୍ଭିକ ତଦନ୍ତରେ ମିଥ୍ୟା ପ୍ରମାଣିତ ହୋଇଛି । ସେଠାକାର ଅଧିକାରୀ କରିଥିବା ତଦନ୍ତ ଅନୁସାରେ ଗୌତେମେ ଅଂଚଳର କୌଣସି ଡାକ୍ତରଖାନାରେ ଏ ଭଳି ଶିଶୁ ଜନ୍ମ ହୋଇଥିବା ପ୍ରମାଣ ମିଳି ନାହିଁ । ଏପରିକି ପାଖାପାଖି କୌଣସି ରାଜ୍ୟରେ ମଧ୍ୟ ଏ ଭଳି ଘଟଣା ଘଟି ନାହିଁ । ମହିଳାଜଣକ ମାନସିକ ରୋଗୀ ଏବଂ ସେ ପ୍ରେଗେନେଂଟ ନ ଥିଲେ ବୋଲି ଅଧିକାରୀମାନେ କହିଛନ୍ତି ।

ଅପରପକ୍ଷରେ ଏହି ଖବର ପ୍ରଥମେ ପ୍ରକାଶ କରିଥିବା ପ୍ରିଟୋରିୟା ନ୍ୟୁଜ କିନ୍ତୁ ଏହା ଏବେ ବି ସତ୍ୟ ବୋଲି ଦାବୀ କରୁଛି । ୭ ଜୁନରେ ସିଥୋଲ ଏସବିଏଏଚରେ ଏହି ପିଲାମାନଙ୍କୁ ଜନ୍ମ ଦେଇଥିଲେ । ପ୍ରିଟୋରିୟା ନ୍ୟୁଜ ଯୋଜନାବଦ୍ଧ ଭାବେ କାଳ୍ପନିକ ଖବର ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.