କଟକ: କଟକ ଜିଲ୍ଲାର ଆଠଗଡ଼ ନିକଟସ୍ଥ ପ୍ରସିଦ୍ଧ ଧବଳେଶ୍ୱର ପୀଠ ‘ବଡ଼ ଓଷା’ ପାଇଁ ଚଳଚଞ୍ଚଳ ହୋଇପଡିଛି। ହର ହର ମହାଦେବ ଧ୍ୱନିରେ ମୁଖରିତ ହେଉଛି ସମଗ୍ର ପରିବେଶ ।
ଆଜି ବାବାଙ୍କ ପାଖରେ ଲାଗି ହୋଇଛି ପ୍ରସିଦ୍ଧ ଗଜଭୋଗ ଓ ତରଣ। ବାବା ଧବଳେଶ୍ୱରଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ପୀଠରେ ଜମିଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼।
ତେବେ ପବିତ୍ର କାର୍ତ୍ତିକ ମାସରେ ପାଳିତ ହେଉଥିବା ‘ବଡ଼ ଓଷା’, ଧବଳେଶ୍ୱର ପୀଠରେ ଏକ ବିଶେଷ ଧାର୍ମିକ ମହତ୍ତ୍ୱ ବହନ କରେ। ଏହି ଅବସରରେ ଭଗବାନ ଶିବଙ୍କ ଆରାଧନା ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯାଇଥାଏ।
ଏହି ପର୍ବଟି ଧବଳେଶ୍ୱରର ପ୍ରସିଦ୍ଧ ‘ଗଜ ଭୋଗ’ ସହିତ ମଧ୍ୟ ଘନିଷ୍ଠ ଭାବେ ଜଡ଼ିତ। ପରମ୍ପରା ଅନୁଯାୟୀ, ଏହି ସ୍ୱତନ୍ତ୍ର ଭୋଗ ପ୍ରଥମେ ଦେବତାଙ୍କୁ ଅର୍ପଣ କରାଯାଏ ଏବଂ ଭକ୍ତମାନେ ଏହାକୁ ଅତ୍ୟନ୍ତ ପବିତ୍ର ବୋଲି ମାନିଥାନ୍ତି।
