Latest Odisha News

BREAKING NEWS

ଏକାଥରକେ ୧୦ ଛୁଆ ଜନ୍ମ କରିଥିବା ଦାବୀ କଲେ ସିଥୋଲ

ପ୍ରିଟୋରିୟା: ଗୋଟିଏ ପ୍ରେଗେନ୍ସିରେ ୧୦ ଛୁଆ ଜନ୍ମ କରିଥିବା ଦାବୀ କରିଛନ୍ତି ଦକ୍ଷିଣ ଆଫ୍ରିକାର ୩୭ ବର୍ଷୀୟା ଗେସିୟାମୋ ଥମରା ସିଥୋଲ । ମିରରରେ ପ୍ରକାଶିତ ଖବର ଅନୁସାରେ ପ୍ରାରମ୍ଭିକ ସ୍କାନ ରିପୋର୍ଟରେ ତାଙ୍କ ଗର୍ଭରେ ୬ଟି ଛୁଆ ଥିବା ଅନୁମାନ କରାଯାଇଥିଲା । ମାତ୍ର ପରେ ଏହା ୧୦ଟି ବୋଲି ଜଣାପଡିଥିଲା । ଡାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଏହି ଅପେରେଶନ ସଫଳ ହୋଇଥିଲା । ମାଆ ଏବଂ ଶିଶୁମାନେ ସୁସ୍ଥ ଅଛନ୍ତି । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଶୁମାନଙ୍କୁ ଇନକ୍ୟୁବେଟରରେ ରଖାଯାଇଛି ।

ତାଙ୍କ ପୂର୍ବରୁ ମରକ୍କୋରେ ହଲିମା ସିସେ ଏକାଥରକେ ୯ଟି ଛୁଆ ଜନ୍ମ କରି ରେକର୍ଡ କରିଥିଲେ । ସିଥୋଲା ଏହି ରେକର୍ଡ ଭଙ୍ଗ କରିଥିବା ଦାବୀ କରିଥିଲେ ମଧ୍ୟ ଏହାର ଔପଚାରିକ ଘୋଷଣା ବାକି ରହିଛି । ଯଦି ସବୁ କିଛି ଠିକଠାକ ରହେ ତାହେଲେ ସେ ବିଶ୍ୱରେକର୍ଡ ଏବଂ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବେ ।

Leave A Reply

Your email address will not be published.