Latest Odisha News

BREAKING NEWS

ଜୁନ ୧୬ରୁ ବନ୍ଦ ରହିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ

ଭୁବନେଶ୍ୱର : ଆସନ୍ତା ଜୁନ ୧୬ ତାରିଖରୁ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଓ ଅଭୟାରଣ୍ୟର ଦିର୍ଦ୍ଦେଶକ ଏମ ମୋହନ କହିଛନ୍ତି, “ପ୍ରତିବର୍ଷ ବର୍ଷା ଋତୁରେ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥାଏ । ଏବର୍ଷ ମଧ୍ୟ ଓଡ଼ିଶାକୁ ମୌସୁମୀ ବୃଷ୍ଟିପାତ ଆସିବା ପରେ ଅଭୟାରଣ୍ୟ ସମେତ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ବନ୍ଦ ରହିବ ।”

ଶିମିଳିପାଳ ଅଭୟାରଣ୍ୟ ନୈସର୍ଗିକ ପ୍ରାକୃତିକ ସୌନ୍ଦର୍ଯ୍ୟ ଲାଗି ବିଶ୍ୱ ପ୍ରସିଦ୍ଧ । ସବୁଜ ବନାନୀ ସମେତ ପାହାଡ଼, ଝରଣା ଓ ବିରଳ ଔଷଧୀୟ ଗୁଳ୍ପରେ ଭରପୁର ଶିମିଳିପାଳ ପର୍ଯ୍ୟଟକଙ୍କ ବେଶ୍ ପ୍ରିୟ । ବହୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ଅଭୟାରଣ୍ୟରେ ବିଭିନ୍ନ ହ୍ରିଂସଜନ୍ତୁଙ୍କୁ ଦେଖିବା ସହିତ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ।

ସୂଚନାଯୋଗ୍ୟ ଏହିଯେ, ଶିମିଳିପାଳ ଭାରତର ସବୁଠାରୁ ବଡ଼ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ଭାବେ ପରିଗଣିତ ହେଉଛି । ଏଠାରେ କିଛିଦିନ ପୂର୍ବରୁ ଏକ ବିରଳ କଳାବାଘର ସନ୍ଧାନ ପାଇଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ । ଏହି କଳାବାଘଟିର ଫଟୋ ସୋସିଆଲ ମିଡ଼ିଆରେ ଆଲୋଚିତ ହେବା ପରେ ଶିମିଳିପାଳ ବିଷୟରେ ସାରା ଦେଶରେ ବେଶ୍ ଚର୍ଚ୍ଚା ଧରିଥିଲା ।

Leave A Reply

Your email address will not be published.