Latest Odisha News

BREAKING NEWS

କରୋନା ମହାମାରୀର କରାଳ ଛାୟା ମଧ୍ୟରେ ସମ୍ପନ୍ନ ହେଲା ଦକ୍ଷିଣ କୋରିଆ ନିର୍ବାଚନ

ସିଓଲ:କରୋନା ମହାମାରୀର କରାଳ ଛାୟା ମଧ୍ୟରେ ସମ୍ପନ୍ନ ହୋଇଛି ଦକ୍ଷିଣ କୋରିଆର ସାଧାରଣ ନିର୍ବାଚନ । ୩୦୦ ସିଟ ବିଶିଷ୍ଟ ଦକ୍ଷିଣ କୋରିଆ ସଂସଦରେ ମୁନ ଜେ ଇନଙ୍କ ଡେମୋକ୍ରାଟିକ ପାର୍ଟି ୧୬୩ ସିଟ ହାସଲ କରିଛି । ଏଥିସହ ମୁନ ଜେ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି । ଏହାର ସହଯୋଗୀ ଦଳ ପ୍ଲେଟଫାର୍ମା ଦଳ ୧୭ ସିଟ ପାଇଛି । ୟୁନାଇଟେଡ ଫ୍ୟୁଚର ପାର୍ଟିକୁ ୧୦୩ ସିଟ ମିଳିଛି ।

ଏହି ନିର୍ବାଚନରେ ୩୫ ପାର୍ଟି ଅଂଶଗ୍ରହଣ କରିଥିଲେ । ସବୁଠାରୁ ବଡ କଥା ୨୮ ବର୍ଷ ମଧ୍ୟରେ କରୋନା ପ୍ରଭାବ ସତ୍ୱେ ୬୨.୬ ପ୍ରତିଶତ ଭୋଟିଂ ହୋଇଥିଲା । ୧ ମିଟର ଦୂରତାରେ ଛିଡା ହୋଇ ନାଗରିକମାନେ ସେମାନଙ୍କ ମୂଲ୍ୟବାନ ଭୋଟ ଦେଇଥିଲେ । ସାନିଟାଇଜର, ମାସ୍କ ଓ ଗ୍ଲୋଭ୍‌ସ ବଂଟା ଯାଇଥିଲା ।

Leave A Reply

Your email address will not be published.