Latest Odisha News

୧୧ ବର୍ଷ ପରେ ଦୁଲୀପ ଟ୍ରଫି ଜିତିଲା ଦକ୍ଷିଣାଂଚଳ ଟିମ

ବାଙ୍ଗାଲୋର: ୧୦ ବର୍ଷ ପରେ ଦକ୍ଷିଣାଂଚଳ ଦୁଲୀପ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ହାସଲ କରିବାରେ ସଫଳ ହୋଇଛି । ଫାଇନାଲରେ ଦକ୍ଷିଣାଂଚଳ ୭୫ ରନରେ ପଶ୍ଚିମାଂଚଳକୁ ପରାସ୍ତ କରିଛି । ଏହା ପୂର୍ବରୁ ୨୦୧୨ରେ ଉତରାଂଚଳ ସହ ଯୁଗ୍ମ ଚାମ୍ପିୟନ ହୋଇଥିଲା । ଦକ୍ଷିଣାଂଚଳ ଓଭରାଲ ୧୪ ଥର ଏହି ଟାଇଟଲ ହାସଲ କରିଛି । ଦକ୍ଷିଣାଂଚଳ ପ୍ରଥମ ଇନିଂସରେ ୨୧୩ ଓ ଦ୍ୱିତୀୟ ଇନିଂସରେ ୨୩୦ ରନ କରିଥିଲା । ପଶ୍ଚିମାଂଚଳ ପ୍ରଥମ ଇନିଂସରେ ୧୪୬ ରନ କରିବା ଫଳରେ ୨୯୮ ରନର ଟାର୍ଗେଟ ବିଜୟ ପାଇଁ ରହିଥିଲା । ଦଳ ଦ୍ୱିତୀୟ ଇନିଂସରେ ୨୨୨ ରନରେ ଅଲଆଉଟ ହୋଇ ଯାଇଥିଲ ।

ପ୍ରିୟାଙ୍କ ପଂଚାଲ ୯୫ ରନ କରି ଏକାକୀ ସଂଘର୍ଷ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଚେତେଶ୍ୱର ପୂଜାରା, ସୂର୍ଯ୍ୟକୁମାର ଯାଦବ, ପୃଥ୍ୱୀ ଶ ଓ ସରଫରାଜ ଖାଁଙ୍କ ପରି ଷ୍ଟାର ଖେଳାଳି ଥିଲେ ମଧ୍ୟ ଦକ୍ଷିଣାଂଚଳ ବୋଲିଂକୁ ସାମ୍ନା କରିପାରି ନ ଥିଲେ । ବାସୁକୀ କୌଶିକ ଓ ସାଇ କିଶୋର ୪ଟି ଲେଖାଁଏ ୱିକେଟ ନେଇ ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.