Latest Odisha News

BREAKING NEWS

ଗର୍ଭାବସ୍ଥାରେ ସୋୟାଦୁଗ୍ଧ ପିଇବା କେତେ ନିରାପଦ…

ଭୁବନେଶ୍ୱର: ସାଧାରଣତଃ ଗର୍ଭାବସ୍ଥାର ପ୍ରଥମ ତିନି ମାସ ପର୍ଯ୍ୟନ୍ତ ସୋୟାଦୁଗ୍ଧ ପିଇବା ନିରାପଦ ବୋଲି କୁହାଯାଏ l ଏହା ଆପଣଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ହେବା ସହ ଆପଣଙ୍କୁ ଅନେକ ଲାଭ ମଧ୍ୟ ଦେଇଥାଏ l ସୋୟାଦୁଗ୍ଧ ପ୍ରୋଟିନର ଏକ ଉତ୍ତମ ଉତ୍ସ, ଯାହା ଭୃଣର ବିକାଶ ପାଇଁ ନିହାତି ଜରୁରୀ l ସୋୟାଦୁଗ୍ଧରେ ପ୍ରଚୁର ପରିମାଣର କ୍ୟାଲସିୟମ ଥାଏ ଯାହା ବଢୁଥିବା ଶିଶୁରେ ଅସ୍ଥି ନିର୍ମାଣରେ ସାହାଯ୍ୟ କରେ l ସୋୟାଦୁଗ୍ଧରେ କ୍ୟାଲସିୟମ, ଭିଟାମିନ ଡି, ଭିଟାମିନ ବି 12 ପରି ଅନେକ ଭିଟାମିନ ରହିଥାଏ l ସୋୟାଦୁଗ୍ଧରେ ଚର୍ବି ଅଂଶ କମ ଥାଏ, ଯାହା ହୃଦୟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ ଏବଂ ଶରୀରରେ କୋଲେଷ୍ଟ୍ରଲ ଏବଂ ରକ୍ତଚାପର ସ୍ତରକୁ କମ କରିଥାଏ l ଏଥିସହ ହାଡର ଘନତ୍ୱକୁ ବଢ଼ିବାରେ ସାହାର୍ଯ୍ୟ କରିଥାଏ l

କେତେକ ଅନୁସନ୍ଧାନରୁ ଜଣାପଡିଛି ଯେ ସୋୟାଦୁଗ୍ଧ ପିଇବା ଉଭୟ ମା ଏବଂ ଶିଶୁଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ l ସୋୟାଦୁଗ୍ଧ ପିଇବା ଦ୍ୱାରା ଶିଶୁର ଓଜନ ଉପରେ ପ୍ରଭାବ ପଡିଥାଏ l ତେବେ ଯଦି ଆପଣ କେତେ ପରିମାଣର ସୋୟା ଖାଇବା ଉଚିତ୍ ସେ ଚିନ୍ତିତ ଅଛନ୍ତି ତେବେ ପ୍ରଥମେ ଆପଣ ଆପଣଙ୍କ ଡାକ୍ତରଙ୍କ ସହ ଏନେଇ କଥା ହେବା ଉଚିତ୍ l ସାଧାରଣତଃ ଗର୍ଭବତୀ ମହିଳା ଦିନକୁ ୧/୨ଟି ସୋୟା ଖାଇବା ଉଚିତ l

ଯଦି ଶରୀରରେ ଭିଟାମିନ୍‌ ଏବଂ ମିନେରାଲ୍ସ କମ୍‌ ହୁଏ ତେବେ ଏହାର ପ୍ରଭାବ ଇମ୍ୟୁନିଟୀ ଉପରେ ମଧ୍ୟ ପଡିଥାଏ। ଇମ୍ୟୁନିଟୀ ଯଦି ଦୁର୍ବଳ ହୁଏ ତେବେ କୌଣସି ବି ସଂକ୍ରମଣ ବହୁତ ଜଲଦି ପ୍ରଭାବିତ କରିଥାଏ। ଏମିତିରେ ଶରୀରକୁ ମଜବୁତ ରଖିବା ପାଇଁ ଭିଟାମିନ୍‌ ସହିତ ପ୍ରୋଟୀନ ମଧ୍ୟ ଜରୁରୀ। ସୋୟାରେ ଥିବା ପ୍ରୋଟୀନ୍‌ ଡ୍ୟାମେଜ୍‌ ସେଲ୍ସକୁ ରିପାୟର କରିବାରେ ବହୁତ ସାହାଯ୍ୟ କରିଥାଏ। ସାଧାରଣରେ ଯଦି ଆପଣ ହୃଦରୋଗରୁ ଦୂରେଇ ରହିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ଦୈନନ୍ଦିନ ଜଳଖିଆରେ ସୋୟା ନଗେଟସ୍, ସୋୟା ମିଲ୍କ, ସୋୟା ବାଦାମ ନେଇପାରିବେ ।

ନୋଟ : ଏହି ପାଠ୍ୟକ୍ରମରେ ସମସ୍ତ ତଥ୍ୟ ସାମାନ୍ୟ ସୂଚନା ଉପରେ ଆଧାରିତ। ଏହାକୁ କେବଳ ପରାମର୍ଶ ରୂପେ ଦିଆଯାଇଛି। କୌଣସି ବି ପରାମର୍ଶକୁ ଆପଣେଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

Comments are closed.