ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାକୁ ବଡ଼ ସଫଳତା । ଆରମ୍ଭ ହେଲା ମହାକାଶ ଟାକ୍ସି ସେବା । ଆଜି ସଫଳତାର ସହ ପ୍ରଥମ ଅପରେସନାଲ୍ ସ୍ପେସ୍ ଟାକ୍ସି ଫ୍ଲାଇଟକୁ ମହାକାଶ ଅଭିମୁଖେ ପଠାଇଛି ନାସା । ଫାଲକନ୍-9 ମହାକାଶ ଯାନ ପଠାଯାଇଛି । ଏଲନ ମସ୍କର ରକେଟ କମ୍ପାନୀ ସ୍ପେସଏକ୍ସ ସହ ମିଳିତ ଭାବରେ ପ୍ରସ୍ତୁତ କରିଥିବା ଏହି ରକେଟରେ ଚାରି ଜଣ ଯାତ୍ରୀଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନକୁ ପଠାଇଛି ନାସା ।

ଫ୍ଲୋରିଡାର ସ୍ଥିତ ନାସାର ଲଞ୍ଚ ପ୍ୟାଡ୍-39ରୁ ରକେଟ ଉତକ୍ଷେପଣ କରାଯାଇଥିଲା । ନାସାର ଏହା ହେଉଛି ପ୍ରଥମ ମିଶନ ଯେଉଁଥିରେ ବ୍ୟକ୍ତିଗତ ମହାକାଶଯାନର ସହାୟତା ସ୍ପେସ୍ ଷ୍ଟେସନକୁ ମହାକାଶଚାରୀ ପଠାଯାଇଛି । ଚାରି ମହାକାଶଚାରୀଙ୍କ ଭିତରେ ଅଛନ୍ତି ଆମେରିକାର ବାୟୁସେନା କର୍ଣ୍ଣେଲ ତଥା ମହାକାଶଚାରୀ ମାଇକ ହପକିନ୍ସ, ପଦାର୍ଥ ବିଜ୍ଞାନୀ ଶାନନ ୱାକର, ଜାପାନର ମହାକାଶଚାରୀ ସୋଚି ନୋଗୁଚି ଓ ନୌସେନା କମାଣ୍ଡର ତଥା ମହାକାଶଚାରୀ ଭିକ୍ଟର ଗ୍ଲୋଭର ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.