କରୋନାଭାଇରସରେ ଆକ୍ରାନ୍ତ ହେଲେ ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ
ମାଦ୍ରିଦ: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ପତ୍ନୀ ବେଗୋନା (କୋଭିଡ-୧୯)ରେ ଆକ୍ରାନ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ପ୍ରାପ୍ତ ସୂଚନାନୁଯାୟୀ, ଏହି ଭାଇରସ ସଂକ୍ରମଣରେ ସ୍ପେନରେ ପ୍ରାୟ ୧୮୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଯାହାକୁ ଦୃଷ୍ଟିରେ ରଖି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଉଭୟ ପତି ପତ୍ନୀ ବର୍ତ୍ତମାନ ସମୟରେ ସରକାରୀ ବାସଭବନରେ ରହିଥିବା ବେଳେ ଦୁହିଁ ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ରହିଥିବା ନେଇ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
ଏହାବ୍ୟତିତ ସ୍ପେନ ସରକାର ଲୋକମାନଙ୍କ ଘରୁ ବାହାରିବା ଉପରେ ସାମାନ୍ୟ କଟକଣା ଲଗାଇଛନ୍ତି । ସ୍ଥାନୀୟ ବାସିନ୍ଦାମାନେ କେବଳ ଖାଦ୍ୟ ଓ ମେଡିସିନ୍ ଲାଗି ବାହାରକୁ ବାହାରନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ନିକଟ ଅତୀତରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ସୋଫି ଗ୍ରେଗୋଏର ଟ୍ରୁଡୋ କରୋନାଭାଇରସରେ ଆକ୍ରାନ୍ତ ହୋଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲା ।
ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କରୋନାଭାଇରସ ଟେଷ୍ଟ କରାଯାଇଥିବା ବେଳେ ତାଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ ବାହାରି ଥିବା ଜଣାପଡିଛି ।
Comments are closed.