Latest Odisha News

BREAKING NEWS

ମ୍ୟାଚ ଫିକ୍ସିଂ ଅଭିଯୋଗରେ ସ୍ପେନ ଟେନିସ ଖେଳାଳି ଲୋପେଜ ୮ ବର୍ଷ ବାସନ୍ଦ

ମାଡ୍ରିଡ: ସ୍ପେନର ଷ୍ଟାର ଟେନିସ ଖେଳାଳି ଏନରିକ୍ ଲୋପେଜଙ୍କୁ ମ୍ୟାଚ ଫିକ୍ସିଂ କରିବା ଅଭିଯୋଗରେ ୮ ବର୍ଷ ବାସନ୍ଦ କରାଯାଇଛି ।୨୦୧୭ରେ ତାଙ୍କ ବିରୋଧରେ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଥିଲା । ବୁଧବାର ଏହା ପ୍ରମାଣିତ ହେବା ପରେ ତାଙ୍କୁ ଉପରୋକ୍ତ ବାସନ୍ଦ ଦଣ୍ଡାଦେଶ ଦିଆଯାଇଛି । ସେ ଆଗକୁ କୌଣସି ଟୁର୍ଣ୍ଣାମେଂଟରେ ଭାଗ ନେଇପାରିବେ ନାହିଁ ବୋଲି ଟେନିସ ଇଟିଂଗ୍ରିଟି ୟୁନିଟ ପକ୍ଷରୁ କୁହାଯାଇଛି ।

ଏନରିକ୍ ଲୋପେଜ ୨୫୦୦୦ ଡଲାର ଜରିମାନା ବାବଦକୁ ଦେବେ । ୮ ବର୍ଷ ଲମ୍ବା ଅବଧି ପାଇଁ ବାସନ୍ଦ ହୋଇଥିବାରୁ ଲୋପେଜଙ୍କ କ୍ୟାରିୟର ଏକ ପ୍ରକାର ସମାପ୍ତ ହୋଇଯାଇଛି ।

Leave A Reply

Your email address will not be published.