Latest Odisha News

BREAKING NEWS

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଡିସେମ୍ବର ୨୪ରେ, ଆଇପିଏଲରେ ୨ ଟିମ୍ ସାମିଲ ମୂଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ବୈଠକ ଚଳିତ ମାସ ୨୪ରେ ଆୟୋଜିତ ହେବ । ବୈଠକରେ ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ୨ଟି ଟିମ୍ ସାମିଲ ମୂଖ୍ୟ ପ୍ରସଙ୍ଗ ରହିବ । ଏହା ବ୍ୟତୀତ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ଓ ଜୟ ଶାହଙ୍କୁ ଆଇସିସି ଦାୟିତ୍ୱ ପ୍ରଦାନ ନେଇ ମଧ୍ୟ ଆଲୋଚନା ହେବ ।

ସମୁଦାୟ ୨୩ଟି ପ୍ରସଙ୍ଗ ଉପରେ ଆଲୋଚନା ହେବ । କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପରେ ଏହି ବୈଠକ ବସିବ । ଗତ ସଂସ୍କରଣର ବୈଠକ ଡିସେମ୍ବର ୧ରେ ବସିଥିଲା । ଆଇସିସି ଟି୨୦ବିଶ୍ୱକପ, ଅମ୍ପାୟର କମିଟି ଗଠନ ଓ ଫ୍ୟୁଚର ଟୁର ପ୍ରୋଗାମ ପରି ବିଷୟ ମଧ୍ୟ ଆଲୋଚନା ହେବ ।

Leave A Reply

Your email address will not be published.