Latest Odisha News

ଛତୁଆ ଦୁର୍ନୀତି: ସାବଧାନ୍! ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ପରିପୂରକ ପୃଷ୍ଟି ଯୋଜନାରେ ଛତୁଆ ସମେତ ଅନ୍ୟାନ୍ୟ ଖାଦ୍ୟ ଯୋଗାଇ ଦିଆଯାଉଛି । ହେଲେ ଅନେକ କ୍ଷେତ୍ରରେ ଦେଖାଦେଇଛି ଯେ ଶିଶୁ ଓ ଝିଅମାନଙ୍କୁ ପୃଷ୍ଟି ପାଇଁ ଯୋଗାଇ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ହୋଇଥାଏ । ଯାହାକୁ ନେଇ ଆଜି ଗୃହରେ ଉଦବେଗ ପ୍ରକାଶ କରିଥିଲେ ଏକାଧିକ ବିଧାୟକ । ଯାହାକୁ ଦୃଷ୍ଟିରେ ରଖି ଛତୁଆର ମାନ ଯାଞ୍ଚ କରି ଏନେଇ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ଯେଉଁ ଏଜେନ୍ସିମାନେ  ନିମ୍ନମାନର ଛତୁଆ ଯୋଗାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଗୃହରେ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଏଥିସହିତ ଏଭଳି ଦୁର୍ନୀତିରେ ଗତ ୫ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି, ସେନେଇ ମଧ୍ୟ ବିବରଣୀ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।

ସେପଟେ ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ସବୁ ଏଜେନ୍ସି ସହ ଛତୁଆର ମାନ ଯାଞ୍ଚ କରି ରିପୋର୍ଟ ଦିଆଯିବ । ସେହି ରିପୋର୍ଟ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

Comments are closed.