Latest Odisha News

BREAKING NEWS

ଦାମୀ ବ୍ୟାଗ ପାଇଁ ଟ୍ରୋଲ ହେଉଛନ୍ତି ଜୟା କିଶୋରୀ, ଜାଣନ୍ତୁ କେତେ ରହିଛି ଦାମ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରୋଲ୍ ହେଉଛନ୍ତି ପ୍ରବଚିକା ଜୟା କିଶୋରୀ। ଭାଇରାଲ ହୋଇଥିବା ଏକ ଭିଡିଓରେ ଜୟା କିଶୋରୀଙ୍କୁ ଏୟାରପୋର୍ଟରେ ଦେଖାଯାଇଛି। ଧଳା ଡ୍ରେସ୍ ପିନ୍ଧିଥିବା ଜୟା ନିଜ ଲଗେଜ ଓ ଏକ ପର୍ସ ସହ ନଜର ଆସିଛନ୍ତି ୲

ସୂଚନା ଅନୁଯାୟୀ ଜୟା କିଶୋରୀ ଏକ ବ୍ୟାଗ ସାଙ୍ଗରେ ଧରିଥିଲେ ଯାହା ସାଧାରଣ ନୁହେଁ ବରଂ ଜଣାସୁଣା ବ୍ରାଣ୍ଡ ‘ଡିଓର’ ର ଥିଲା ଓ ସେଥିରେ ବିଶେଷ କରି ତାଙ୍କ ନାମ ମଧ୍ଯ ଲେଖାଯାଇଥିଲା ୲ ତେବେ ବ୍ୟାଗର ଦାମ୍ ପ୍ରାୟ ୨ ଲକ୍ଷରୁ ଅଧିକ ହେବ ବୋଲି ଦାବି କରାଯାଉଛି। ତେବେ ବ୍ୟାଗରେ ନାମ ଲେଖା ହୋଇଥିଲେ ଦାମ୍ ଆହୁରି ଅଧିକ ହୋଇଥିବ ବୋଲି କୁହାଯାଉଛି୲ ତେବେ ଏହି କମ୍ପାନୀ ବ୍ୟାଗ ପାଇଁ ଗାଈ ଚମଡାର ବ୍ୟବହାର କରିଥାଏ ନେଇ ଚର୍ଚ୍ଚା ହେଉଥିବାବେଳେ ଜୟାଙ୍କୁ ବର୍ତ୍ତମାନ ସମାଲୋଚନାର ସାମ୍ନା କରିବାକୁ ପଡିଛି୲

ତେବେ ଟ୍ରୋଲ୍ ହେବାପରେ ଜୟା ତାଙ୍କ ସୋସିଆଲ ମିଡିଆ ସାଇଟ ରୁ ଉକ୍ତ ଭିଡିଓଟିକୁ ହଟାଇ ଦେଇଛନ୍ତି ୲

ୟୁଜର୍ସ ମାନେ ନିଜ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ସନାତନ ଧର୍ମ ଓ ଭାଗବତ ଗୀତାର ଜ୍ଞାନ ଦେଉଥିବା ଜୟା କିଶୋରୀ ନିଜେ ଗାଈ ଚମଡାରେ ତିଆରି ଦାମୀ ବ୍ୟାଗ ବ୍ୟବହାର କରୁଛନ୍ତି୲

ସେହିପରି ଆଉ ଜଣେ ୟୁଜର୍ସ କହିଛନ୍ତି ଯେ ବ୍ୟାଗକୁ ନେଇ ସେ ବହୁତ ଶୌଖିନ ହୋଇଥିବେ ୲ ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ଯେ ସେ କେବଳ କଥା ଶୁଣାନ୍ତି କୌଣସି ସନ୍ୟାସୀନି ନୁହଁନ୍ତି୲

 

Comments are closed.