Latest Odisha News

BREAKING NEWS

୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାରେ ଅନୁଷ୍ଠିତ ହେବ ଶୀତ ଅଧିବେଶନ । ତେବେ ଅଧିବେଶନ ପୂର୍ବରୁ ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏହି ବୈଠକ ସକାଳ ୧୧ଟାରେ ବସିବ। ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ, ସେ ନେଇ ଏହି ବୈଠକରେ ଆଲୋଚନା ହେବ।

ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ ନା ନାହିଁ, ସେ ନେଇ ମତାମତ ନିଆଯିବ। ସେହିଦିନ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥ ନେବେ। ଏଥର ବି ଗୋଟିଏ ପ୍ରସଙ୍ଗରେ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ଆସି ପାରିବ ନାହିଁ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ ।  ଏହା ଡିସେମ୍ବର ୩୧ ଯାଏଁ ଚାଲିବ  ।ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।

Comments are closed.