Latest Odisha News

ଏଣିକି ଭିନ୍ନକ୍ଷମ ଓ ବରିଷ୍ଠଙ୍କ ପାଇଁ ସହଜ ହେବ ଜଗା ଦର୍ଶନ

ପୁରୀ: ଏଣିକି ଜଗାକୁ ସହଜରେ ଦର୍ଶନ କରିପାରିବେ ବରିଷ୍ଠ ଏବଂ ଭିନ୍ନକ୍ଷମ ଭକ୍ତ । ଖୁବ୍ ଶୀଘ୍ର ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ହେବାକୁ ଯାଉଛି ୬ ଲାଇନ ବିଶିଷ୍ଟ ରାମ୍ପ ବ୍ୟବସ୍ଥା । ଏହାଦ୍ବାରା ଏହି ବର୍ଗର ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ୬ ଲାଇନ ବିଶିଷ୍ଟ ରାମ୍ପ ବ୍ୟବସ୍ଥା ଦ୍ବାରା ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କ ପାଇଁ ସୁବିଧା ହେବ ଦର୍ଶନ ।

ଏନେଇ ପରିଚାଳନା କମିଟି ଏବଂ ଛତିଶା ନିଯୋଗଙ୍କ ସୁପାରିଶ ଆଧାରରେ ଶ୍ରୀମନ୍ଦିର ନାଟାମଣ୍ଡପରେ ପ୍ରସ୍ତାବିତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଓ ବିସିସି ଅବଢ଼ା ଯୋଜନାରେ ନାଟମଣ୍ଡପରେ ରାମ୍ପ ଓ ବ୍ୟାରିକେଡ୍ ହେବ ।

ଏନେଇ କାମ ଆରମ୍ଭ ହୋଇଥିବା ବେଳେ ଏହାକୁ ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ । ଯେଉଁଥିରେ ମହିଳା ଭକ୍ତ, ଦିବ୍ୟାଙ୍ଗ, ବୟୋବୃଦ୍ଧ ଓ ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯିବ । ସମସ୍ତ ଭକ୍ତ ସାତପାହାଚ ବାଟରେ ପ୍ରବେଶ କରିବେ ଏବଂ ଦର୍ଶନ କରିବା ପରେ ଘଣ୍ଟି ଦ୍ବାରରେ ପ୍ରସ୍ଥାନ କରିବେ ।

Leave A Reply

Your email address will not be published.