Latest Odisha News

ମହାପ୍ରଭୁ ଲିଙ୍ଗରାଜଙ୍କ ସ୍ବତନ୍ତ୍ର ଆଇନ, ନୀତିକାନ୍ତି ନେଇ ଗଠନ ହେବ ସ୍ବତନ୍ତ୍ର କମିଟି

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜ ଗତ ୩ ଦିନ ଧରି ଉପାସ ରହିବା ପ୍ରସଙ୍ଗକୁ ଏବେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଖୁବ୍ ଶୀଘ୍ର ଲିଙ୍ଗରାଜ ପାଇଁ ଏକ ସ୍ବତନ୍ତ୍ର ଆଇନ କରାଯିବ । ଏଥିସହିତ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ନେଇ ସ୍ବତନ୍ତ୍ର କମିଟି ଗଠନ ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ମନ୍ତ୍ରୀ କହିଛନ୍ତି, ଖୁବ୍ ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ପାୟନ ସ୍ବତନ୍ତ୍ର ଆଇନ ଆସିବ । ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟିକରଣ ମାଗିଥିଲେ ସେଥିପାଇଁ ପ୍ରସ୍ତୁତି ସରିଛି, ଟ୍ରାଫ୍ଟ ବି ହୋଇଯାଇଛି । ଖାଲି ଏହା ଏବେ ରାଷ୍ଟ୍ରପତି ଏବଂ କେନ୍ଦ୍ର ସରକାରଙ୍କ ଅନୁମତି ପାଇଁ ଯିବ । ଏଥିସହିତ ସେ ଏହା ବି କହିଛନ୍ତି, ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର କମିଟି ପ୍ରସ୍ତୁତ ହେବ ।  ଜଣେ ହାଇକୋର୍ଟଙ୍କ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଅନୁଷ୍ଠିତ ହେବ । ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନୀତିକାନ୍ତି ଉପରେ ବିଚାର କରିବେ । ବିଭିନ୍ନ ନିଯୋଗ ପାଖରେ ଥିବା ଭିନ୍ନ ଭିନ୍ନ ସେବା ଏବଂ ରେକର୍ଡ ମଧ୍ୟ ଏଥିପାଇଁ ଯାଞ୍ଚ ହେବ । ଦୁଇରୁ ତିନି ମାସ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ତା ପରେ ସ୍ୱତଲିପି ପ୍ରସ୍ତୁତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ତେବେ କହିରଖୁଛୁ, ମହାପ୍ରଭୁ ଲିଙ୍ଗରାଜ ଦୀର୍ଘ ୪୫ ଘଣ୍ଟା ଉପବାସରେ ରହିବା ପରେ ନୀତିକାନ୍ତି ସ୍ବାଭାବିକ ହୋଇଥିଲା  । ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁରଙ୍କୁ ଉପାସରେ ରଖିଥିଲେ ସେବାୟତ । ନା ଭୋଗ ଲଗାଉଥିଲେ, ନା ନୀତିକାନ୍ତି କରୁଥିଲେ । ଯାହାକୁ ନେଇ ଆଇନ ମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ସେବାୟତଙ୍କୁ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ମଧ୍ୟ ଦେଇଥିଲେ । ଏହାପରେ ଉଭୟ ପକ୍ଷ ନେଇ ଆଲୋଚନା ହେବା ପରେ ସ୍ବାଭାବିକ ହୋଇଥିଲା ନୀତିକାନ୍ତି ।

Leave A Reply

Your email address will not be published.