Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା, କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛି । କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱତନ୍ତ୍ରଭାବେ କୋଭିଡ଼ ଟେଷ୍ଟ କରାଯିବ ।

ଡ଼ାକ୍ତର ଓ ରୋଗୀଙ୍କର ଆଣ୍ଟିଜେନ୍ ଟେଷ୍ଟ ସହ ମେଡ଼ିସିନ ମଧ୍ୟ ଦିଆଯାଉଛି । କରୋନା ଓ ଓମିକ୍ରନ ବଢ଼ିଚାଲିଥିବାରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ସଂକ୍ରମଣ ବଢ଼ିଚାଲିଥିବାରୁ ଗାଇଡ଼ଲାଇନକୁ ମାନି ଚଳିବା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଏହାସହ ଆହୁରି କହିଛନ୍ତି ଅଯଥାରେ ବାହାରକୁ ବାହାରନ୍ତୁ ନାହିଁ । କୋଭିଡ଼ ନିୟମକୁ ପାଳନ କରନ୍ତୁ ।

Leave A Reply

Your email address will not be published.