ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଏପରିସ୍ଥଳେ ନନ୍ଦକାନନଥିବା ପଶୁପକ୍ଷୀଙ୍କ ପାଇଁ କତୃପକ୍ଷଙ୍କ ଚିନ୍ତା ବଢିବାରେ ଲାଗିଛି । ତେଣୁ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ପାଇଁ କତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଗରମ ଦାଉରୁ ରକ୍ଷା ପାଇବା ପାଇଁ ପ୍ରାଣୀ ଉଦ୍ୟାନରେ ଥିବା ପଶୁ ପକ୍ଷୀମାନେ ଛାଇ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି । କିଏ ଗଛ ଛାଇ ତଳେ ତ କିଏ ପାଣିରେ ବୁଡ଼ି ରହୁଛନ୍ତି । ବାଘ, ହରିଣ, ସିମ୍ପାଜି ଭଳି ବିଭିନ୍ନ ପ୍ରକାରର ପଶୁପକ୍ଷୀମାନେ ତାତିରୁ ରକ୍ଷା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।
ପଶୁ ପକ୍ଷୀଙ୍କୁ ତାତିରୁ ରକ୍ଷା କରିବା ପାଇଁ ନନ୍ଦନକାନନ କତୃପକ୍ଷଙ୍କ ପକ୍ଷରୁ ପଶୁମାନଙ୍କୁ ଗାଧୋଇ ଦେଉଥିବା ଦେଖିବାକୁ ମିଳିଛି । ପଶୁପକ୍ଷୀଙ୍କୁ ପିଇବା ପାଇଁ ବରଫ ମିଶା ପାଣି ଯୋଗାଇ ଦିଆଯାଉଛି । ସିମ୍ପାଜିଙ୍କୁ ପଇଡ଼, ତରଭୁଜ ଆଦି ଖାଇବାକୁ ଦିଆଯାଉଛି । କୌଣସି ଜୀବ ଅସୁସ୍ଥ ହେଲେ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଉଛି । ପଶୁପକ୍ଷୀଙ୍କ ପାଇଁ ନନ୍ଦନକାନନ କତୃପକ୍ଷ ସବୁବେଳେ ସଜାଗ ରହିଥିବା ନନ୍ଦନକାନନର ଜଣେ ବରିଷ୍ଠ ଚିକିତ୍ସକ କହିଛନ୍ତି ।
Comments are closed.