Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନ, ଜାନୁଆରୀରେ ୫୨.୫ କୋଟିର ନିଶାଦ୍ରବ୍ୟ ଜବତ

ଭୁବନେଶ୍ୱର: ଆଗାମୀ ସାଧାରଣ ର୍ନିବାଚନ-୨୦୨୪କୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଚାଲିଛି ସ୍ୱତନ୍ତ୍ର ଅଭିଯାନ। ଗତ ଜାନୁଆରୀ ମାସରେ ବେଆଇନ ମଦ ମାଫିଆ, ବେଆଇନ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା ଚାଲାଣକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ସମସ୍ତ ଅବକାରୀ ଅଧୀକ୍ଷକଙ୍କୁ ଚଢ଼ାଉକୁ ଜୋରଦାର କରିବା ସହିତ ବେଆଇନ କାରବାରର କିଙ୍ଗପିନ୍ ମାନଙ୍କୁ ଧରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଜାନୁଆରୀ ୧ରୁ ଫେବୃଆରୀ ୪ ମଧ୍ୟରେ ରେକର୍ଡ ସଂଖ୍ୟକ ୬୪୧୬ ଜଣ ଅଭିଯୁକ୍ତ ଚିହ୍ନଟ ହୋଇଛନ୍ତି । ଏହି ଅଭିଯାନରେ ୫୨୫୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ୧୪୬୩ କେଜି ଗଞ୍ଜେଇ, ୨୪୨୪ ଗ୍ରାମ ହେରୋଇନ, ୩୬୬ଟି ଗାଡି, ୨,୦.୮୮୮ ଲିଟର ଦେଶୀ ମଦ, ୧୪୯୭ ଲିଟର ବେଆଇନ ଭାବେ ପରିବହନ ହେଉଥିବା ମଦ ଜବତ ହୋଇଛି। ଜବତ ହୋଇଥିବା ସମସ୍ତ ସାମଗ୍ରୀର ମୋଟ ଆନୁମାନିକ ମୂଲ୍ୟ ୫୨.୫ କୋଟି ଟଙ୍କା । ଏନଡିପିଏସ୍ ଆକ୍ଟ ଅଧୀନରେ ୧୪୩ଟି ମାମଲା ରୁଜୁ ହୋଇଥିବା ବେଳେ ବେଆଇନ ଗଞ୍ଜେଇ/ବ୍ରାଉନସୁଗାର କାରବାର ଅଭିଯୋଗରେ ୧୫୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ବେଆଇନ ମଦ କାରବାର ହ୍ରାସ ପାଇଛି ଏବଂ ଅବକାରୀ ରାଜସ୍ୱ ଆଦାୟ ୧୫% ବୃଦ୍ଧି ପାଇଛି । ଏପ୍ରିଲ, ୨୦୨୩ ରୁ ଜାନୁଆରୀ-୨୦୨୪ ମଧ୍ୟରେ ୩୩୬୯ ଟି ଗାଡି ଜବତ କରାଯାଇଛି ଏବଂ ୬୦% ଯାନବାହନ ଜବତ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବରୁ ୬୭୬ଟି ଗାଡ଼ି ଜବତ କରାଯାଇଛି ଏବଂ ଜରିମାନା/ବିକ୍ରୟ ବାବଦ ଅର୍ଥ ରାଜ୍ୟ ରାଜକୋଷରେ ଜମା କରାଯାଇଛି । ବେଆଇନ ମଦ କାରବାରରେ ମାଲିକ ସମ୍ପୃକ୍ତ ଥିବା କିମ୍ବା ବେଆଇନ ମଦ କାରବାରରେ ବ୍ୟବହୃତ ଗାଡ଼ି ସମ୍ପର୍କରେ ଅବଗତ ଥିଲେ ଜବତ ହୋଇଥିବା ସମସ୍ତ ଗାଡ଼ିକୁ ଜବତ କରିବାକୁ ଅବକାରୀ କମିସନର ସମସ୍ତ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.