Latest Odisha News

BREAKING NEWS

ରଥଯାତ୍ରାରେ ତିନି ରଥ ପାଇଁ ସୋଲ ଫୁଲ ଟାହିଆ

ଖୋର୍ଦ୍ଧା: ରଥଯାତ୍ରା ପାଇଁ ତିନି ରଥରେ ଲାଗିବ ସୋଲ ଫୁଲ ।  ବଡ ଦାଣ୍ଡରେ ତିନି ରଥ ଗଲାବେଳେ ରଥରେ ଝଟକୁ ଥାଏ ସୋଲ ଫୁଲ । ଏହି ଫୁଲ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହି ର ରାଜ କିଶୋର ପ୍ରସ୍ତୁତ କରି ଲଗାଇଥାନ୍ତି । କାରୋନା କଟକଣା ରେ ମଧ୍ୟ ସେବାରୁ ବିରତ ହୋଇନାଂହାତି ।   ଧଳା ରଙ୍ଗର ସେବତୀ, କଦମ୍ବ ଫୁଲ। ଏସବୁ ସୋଲ ରେ ତିଆରି ହୋଇଛି । ମହାପ୍ରଭୁଙ୍କ ରଥଯାତ୍ରାରେ ତିନି ରଥରେ ଏହି ଫୁଲ ଲାଗିଥାଏ।

ବର୍ଷ ବର୍ଷ ଧରି ପ୍ରାୟ ୨୧ ବର୍ଷ ହେଲାଣି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହିର ରାଜ କିଶୋର ଏହି ଫୁଲ ନିଜ ହାତରେ ପ୍ରସ୍ତୁତ କରି ନିଜେ ରଥରେ ଲଗାଇଥାନ୍ତି । ସୋଲକୁ କାଟି ତାକୁ ସୂତ୍ରେ ଭିଡି କଦମ୍ବ ଫୁଲ ଫୁଟାଇ ସୁନ୍ଦର ସୁନ୍ଦର ଟାହିଆ ମଧ୍ୟ ପ୍ରସ୍ତୁତ କରିଥାନ୍ତି । । ରାଜ କିଶୋରଙ୍କୁ ତାଙ୍କ ପରିବାରର ଅନ୍ୟମାନେ ମଧ୍ୟ ସହଯୋଗ କରିଥାନ୍ତି । ଜଗନ୍ନାଥଙ୍କ ସେବା ମିଳୁଥିବାରୁ ତାଙ୍କୁ ଆନନ୍ଦ ଲାଗିଥାଏ।

Comments are closed.