Latest Odisha News

ଦୁବାଇରୁ ପ୍ରବାସୀଙ୍କୁ ନେଇ ଆଜି ଭୁବନେଶ୍ୱର ଆସିବ ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର : ଦୁବାଇରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସୁଛି । ରାତି ପ୍ରାୟ ୯ଟାରେ ଏହା ଭୁବନେଶ୍ୱରରେ ପହଞ୍ଚିବ । ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ବିମାନରେ ୧୫୧ ଜଣ ଯାତ୍ରୀ ଆସୁଛନ୍ତି ।

ବିମାନ ଅବତରଣ ପରେ ୨୦ ଜଣ ଲେଖାଏଁ ଯାତ୍ରୀ ଓହ୍ଲାଇବେ । ଅବତରଣ ପରେ ସମସ୍ତଙ୍କର ସ୍କ୍ରିନିଂ କରାଯିବ । ଲକ୍ଷଣ ଥିଲେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏଥି ସହ ରେଜିଷ୍ଟ୍ରେସନ କରି ନଥିବା ଯାତ୍ରୀଙ୍କ ରେଜିଷ୍ଟ୍ରେସନ କରାଯିବ ।

Leave A Reply

Your email address will not be published.