Latest Odisha News

BREAKING NEWS

ପ୍ରବାସୀ କହିଲେ ‘କୁଛ ତୋ କରୋ ସରକାର’

ମୋହାଲି: ଖାଲି ପଡିଛି ଘରଦ୍ୱାର । କିଛି ତ କର ସରକାର । ଆମ ଶ୍ରମିକଙ୍କୁ ଆମ ଗାଁକୁ ପଠାଇ ଦିଅ । ଯିଏ ଆମକୁ ଆଣିଥିଲା ସିଏ ମଝି ରାସ୍ତାରେ ଝାଡି ପଳାଇଲା । ପାପି ପେଟ ପାଇଁ ଆମେ କରୁଛୁ ସଂଘର୍ଷ । କିଛି ତ ସରକାର, ଆମକୁ ଆମ ଘରକୁ ପଠାଇଦିଅ । କିଛି ଏଭଳି ଅଭିନବ ଢ଼ଙ୍ଗରେ ଗୀତ ଗାଇ ନିଜ ଦୁଃଖ ବଖାଣିଛନ୍ତି ଜଣେ ପ୍ରବାସୀ ଶ୍ରମିକ ।

ସେ ନିଆରା ଢ଼ଙ୍ଗରେ ଗୀତ ଗାଇ ସରକାରଙ୍କୁ ଗୁହାରି କରିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ନିଜ ଘରକୁ ପଠାଇ ଦେବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି ।

ପଂଜାବ ମୋହାଲି ଅଂଚଳର ଜଣେ ପ୍ରବସୀ ଶ୍ରମିକ ଏକ ଗୀତ ଲେଖି ଗାଇଛନ୍ତି । ତାଲାବନ୍ଦ ଯୋଗୁଁ କିଭଳି ଶ୍ରମିକମାନେ ଅନ୍ୟ ରାଜ୍ୟରେ ଫସି ରହି ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି ତାହା ଏହି ଗୀତରେ ସେ ବଖାଣିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସମସ୍ତେ ଶ୍ରମିକଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.