ନୂଆଦିଲ୍ଲୀ: ଦେଶରେ ୨୧ ଦିନିଆ ଲକ୍ଡାଉନ ଲାଗୁ ହୋଇଛି । ଏହି ସମୟରେ ନିର୍ମଳା ସୀତାରମଣ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ କୃଷକ, ମହିଳା ଓ ବୟସ୍କ ଲୋକଙ୍କ ପାଇଁ ବେଶ୍ ସହାୟକ ହେବ । ଜନଧନ ଯୋଜନାରେ ମହିଳା ଖାତା ଧାରକଙ୍କୁ ଆଗାମୀ ୩ ମାସ ପାଇଁ ୫ଶହ ଟଙ୍କା ଲେଖାଏଁ ମିଳିବ । ଏଥିରେ ପ୍ରାୟ ୨୦ ଲକ୍ଷ ମହିଳା ଉପକୃତ ହେବେ ।
ସେହିପରି ପିଏମ୍ କିଷାନ ଯୋଜନାରେ ୮ କୋଟି ୭୦ ଲକ୍ଷ ଚାଷୀଙ୍କୁ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଲେଖାଏଁ ମିଳିବ । ଏଥିସହ ଏମଜିଏନଆରଇଜିଏସରେ ଜରୁରୀ ମୂଲ୍ୟ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ବୃଦ୍ଧ , ବିଧବା, ଭିନ୍ନକ୍ଷମଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ମିଳିବ। ନିୟମିତ ଭତ୍ତା ସହ ୧ ହଜାର ଟଙ୍କା ଅତିରିକ୍ତ ୨ ଟି କିସ୍ତିରେ ଦିଆଯିବ ।
ମହିଳା ସ୍ବୟଂ ସାହାୟିକା ଗୋଷ୍ଠୀ ପାଇଁ ବିନା ଗ୍ୟାରେଣ୍ଟିରେ ପୂର୍ବରୁ ଏସଏଚଜିଙ୍କୁ ମିଳୁଥିବା ୧୦ଲକ୍ଷର ଋଣ ଏବେ ବିନା ଗ୍ୟାରେଣ୍ଟିରେ ୨୦ ଲକ୍ଷ ଟଙ୍କାର ଋଣ ପାଇବେ। କରୋନା ପାଇଁ ସବୁ ରାଜ୍ୟମାନଙ୍କୁ ଡିଏମଏଫ ପାଣ୍ଠି ଖର୍ଚ୍ଚ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିବେଦନ କରିଛନ୍ତି । କରୋନା ଟେଷ୍ଟ, ଚିକିତ୍ସା, ଔଷଧ ପାଇଁ ଏହି ପାଣ୍ଠିକୁ ଖର୍ଚ୍ଚ କରିବା ସେ କହିଛନ୍ତି । ମନରେଗା ଯୋଜନାରେ ଶ୍ରମିକଙ୍କୁ ଅତିରିକ୍ତ ୨ ହଜାର ଟଙ୍କା ଦିଆଯିବ। ଏହା ଦ୍ବରା ୫ କୋଟି ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏପ୍ରିଲ ପ୍ରଥମ ସପ୍ତାହରେ ଟଙ୍କା ସିଧା ସଳଖ ଜମାହେବ ।
BREAKING NEWS
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
- ସୁରକ୍ଷା ବାହିନୀକୁ ପୁଣି ବଡ ସଫଳତା: JJMP ମାଓ ସଙ୍ଗଠନର ଜୋନାଲ କମାଣ୍ଡର କଲା ଆତ୍ମସମପର୍ଣ
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
Comments are closed.