ନୂଆଦିଲ୍ଲୀ: ଦେଶରେ ୨୧ ଦିନିଆ ଲକ୍ଡାଉନ ଲାଗୁ ହୋଇଛି । ଏହି ସମୟରେ ନିର୍ମଳା ସୀତାରମଣ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ କୃଷକ, ମହିଳା ଓ ବୟସ୍କ ଲୋକଙ୍କ ପାଇଁ ବେଶ୍ ସହାୟକ ହେବ । ଜନଧନ ଯୋଜନାରେ ମହିଳା ଖାତା ଧାରକଙ୍କୁ ଆଗାମୀ ୩ ମାସ ପାଇଁ ୫ଶହ ଟଙ୍କା ଲେଖାଏଁ ମିଳିବ । ଏଥିରେ ପ୍ରାୟ ୨୦ ଲକ୍ଷ ମହିଳା ଉପକୃତ ହେବେ ।
ସେହିପରି ପିଏମ୍ କିଷାନ ଯୋଜନାରେ ୮ କୋଟି ୭୦ ଲକ୍ଷ ଚାଷୀଙ୍କୁ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଲେଖାଏଁ ମିଳିବ । ଏଥିସହ ଏମଜିଏନଆରଇଜିଏସରେ ଜରୁରୀ ମୂଲ୍ୟ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି। ବୃଦ୍ଧ , ବିଧବା, ଭିନ୍ନକ୍ଷମଙ୍କୁ ଅତିରିକ୍ତ ୧ ହଜାର ଟଙ୍କା ମିଳିବ। ନିୟମିତ ଭତ୍ତା ସହ ୧ ହଜାର ଟଙ୍କା ଅତିରିକ୍ତ ୨ ଟି କିସ୍ତିରେ ଦିଆଯିବ ।
ମହିଳା ସ୍ବୟଂ ସାହାୟିକା ଗୋଷ୍ଠୀ ପାଇଁ ବିନା ଗ୍ୟାରେଣ୍ଟିରେ ପୂର୍ବରୁ ଏସଏଚଜିଙ୍କୁ ମିଳୁଥିବା ୧୦ଲକ୍ଷର ଋଣ ଏବେ ବିନା ଗ୍ୟାରେଣ୍ଟିରେ ୨୦ ଲକ୍ଷ ଟଙ୍କାର ଋଣ ପାଇବେ। କରୋନା ପାଇଁ ସବୁ ରାଜ୍ୟମାନଙ୍କୁ ଡିଏମଏଫ ପାଣ୍ଠି ଖର୍ଚ୍ଚ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିବେଦନ କରିଛନ୍ତି । କରୋନା ଟେଷ୍ଟ, ଚିକିତ୍ସା, ଔଷଧ ପାଇଁ ଏହି ପାଣ୍ଠିକୁ ଖର୍ଚ୍ଚ କରିବା ସେ କହିଛନ୍ତି । ମନରେଗା ଯୋଜନାରେ ଶ୍ରମିକଙ୍କୁ ଅତିରିକ୍ତ ୨ ହଜାର ଟଙ୍କା ଦିଆଯିବ। ଏହା ଦ୍ବରା ୫ କୋଟି ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏପ୍ରିଲ ପ୍ରଥମ ସପ୍ତାହରେ ଟଙ୍କା ସିଧା ସଳଖ ଜମାହେବ ।
BREAKING NEWS
- MPATGM:ପୁଣି କମାଲ୍ କଲା DRDO; ଟ୍ୟାଙ୍କ ଧ୍ୱଂସକାରୀ ସ୍ୱଦେଶୀ ମିସାଇଲର ହେଲା ସଫଳ ପରୀକ୍ଷଣ
- chilika: ଚିଲିକା ହ୍ରଦର ସାମଗ୍ରୀକ ବିକାଶ ସମ୍ପର୍କିତ ବୈଠକ; ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ;ଲୋକଙ୍କ ସେବା ଜାରି ରଖିବା ପାଇଁ…
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
Comments are closed.