Latest Odisha News

BREAKING NEWS

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମଧ୍ୟକାଳୀନ ଜାମିନ ପ୍ରତ୍ୟାଖ୍ୟାନ କଲେ କୋର୍ଟ

ରାଞ୍ଚି : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟକାଳୀନ ଜାମିନ ଦେବାକୁ ମନା କଲେ କୋର୍ଟ । ଏକ ଜମି ଘୋଟାଲା ମାମଲାରେ ତାଙ୍କ ଜାମିନ ଆବେଦନକୁ ଶନିବାର ରାଞ୍ଚିର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ମନା କରି ଦେଇଛନ୍ତି। ସୋରେନ ତାଙ୍କ ଦାଦାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ କୋର୍ଟରୁ ୧୩ ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ସେ କୋର୍ଟଙ୍କୁ କହିଥିଲେ,ତାଙ୍କ ପିତା ତଥା ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ବଡ଼ ଭାଇ ରାମ ସୋରେନଙ୍କର ମୃତ୍ୟୁ ହୋଇଛି , ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଏବଂ ସେ ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ୧୩ ଦିନିଆ ମଧ୍ୟବର୍ତ୍ତୀକାଳୀନ ଜାମିନ ଚାହୁଁଛନ୍ତି । କିନ୍ତୁ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନାକରିଦେଇଛି ।ଝାଡ଼ଖଣ୍ଡରେ ଜମି ଘୋଟାଲା ସମ୍ୱନ୍ଧିତ ମନି ଲଣ୍ଡରିଂର ଏକ ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ୩୧ ଜାନୁୟାରୀରେ ଗିରଫ କରିଥିଲା  । ଇଡି ଏହି ମାମଲାରେ ୭ଘଣ୍ଟା ପଚରାପଚରି ପରେ ତାଙ୍କୁ ଗିରଫ କରିଥିଲା  । ହେମନ୍ତ ସୋରେନ ବର୍ତ୍ତମାନ ରାଞ୍ଚିର ବିର୍ସା ମୁଣ୍ଡା ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି ।

 

Leave A Reply

Your email address will not be published.