Latest Odisha News

BREAKING NEWS

କାଠଫାଳିଆରେ ପିଟିପିଟି ମା’ କୁ ହତ୍ୟା କଲା ଝିଅ

ଢେଙ୍କାନାଳ: ଝିଅର କାଠ ଫାଳିଆ ମାଡ଼ରେ ମାଆ ର ମୃତ୍ୟୁ । ଏପରି ଏକ ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମଝିପାଳ ଗ୍ରାମରେ । ଏନେଇ ଥାନାରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଖବର ମୁତାବକ, ମଝିପାଳ ଗାଁରେ ସ୍ୱର୍ଗତ ବିଭୁତି ଭୁଷଣ ଦାଶଙ୍କ ପତ୍ନୀ ଦୁର୍ଗାବତୀ ଓ ତାଙ୍କ ମାନସିକ ବିକାର ଗ୍ରସ୍ତ ଝିଅ ଆଶାଲତାଙ୍କ ସହ ରହୁଥିଲେ । ଦୁର୍ଗାବତୀଙ୍କର ଗୋଟିଏ ମାତ୍ର ପୁଅ ଯିଏ ତାଳଚେରରେ କାମ କରୁଥିବାବେଳେ, ସେ ତାଙ୍କ ପରିବାର ସହ ସେଠାରେ ରୁହନ୍ତି । ତେବେ କୌଣସି କାରଣରୁ ଗତକାଲି ରାତିରେ ଝିଅ ଆଶାଲତା ମା’ଙ୍କୁ କାଠଫାଳିଆରେ ପିଟିପିଟି ମାରି ଦେଇଥିଲେ ।

ସବୁବେଳେ ଘରକୁ ଫୋନ କରି ଆଲୋକ ତାଙ୍କ ମାଆଙ୍କ ସହ କଥା ହୁଅନ୍ତି ସେହିପରି ଆଜି ସକାଳେ ମଧ୍ୟ ସେ ତାଙ୍କ ମାଆଙ୍କୁ ଫୋନ କରିଥିଲେ । ହେଲେ ଦୁର୍ଗାବତୀ ଆଉ ଫୋନ ଉଠାଇ ନଥିଲେ । ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଥିଲେ । ଏହାପରେ ଉକ୍ତ ବ୍ୟକ୍ତି ଜଣକ ଯାଇ ଦେଖନ୍ତି ତ ଦୁର୍ଗାବତୀଙ୍କର ରକ୍ତ ଜୁଡୁବୁଡୁ ଦେହ ଘର ଭିତରେ ପଡିଛି । ସେନେଇ ସେ ଆଲୋକଙ୍କୁ ଖବର ଦେଇଥିଲେ ।

ଏ ସମ୍ପର୍କରେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ । ଏହାପରେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଭୁବନ ଡାକ୍ତରଖାନାକୁ ପଠାଇଛି । ଘଟଣାରେ ହତ୍ୟାକାରୀ ଝିଅକୁ ଥାନାକୁ ଆଣି ପଚରା ଉଚରା କରୁଛି ପୋଲିସ ।

Leave A Reply

Your email address will not be published.