Latest Odisha News

କୋଭିଡ୧୯: ଭିନ୍ନକ୍ଷମଙ୍କ ପାଇଁ ସାଙ୍କେତିକ ଭାଷାରେ ପ୍ରସ୍ତୁତ ହେଉଛି ସଚେତନତା ବାର୍ତ୍ତା ଓ ଆଡଭାଇଜରୀ

ଭୁବନେଶ୍ୱର: କୋଭିଡ-୧୯ ପାଇଁ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ସମସ୍ତ ସୂଚନା ଓ ପରାମର୍ଶ ସାଙ୍କେତିକ ଭାଷାରେ ମଧ୍ୟ ପ୍ରସ୍ତୁତ କରାଯିବା ଆରମ୍ଭ ହୋଇଛି । ଶ୍ରବଣଶକ୍ତି ରହିତ ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ଗତ ୧୯ ତାରିଖରେ କରୋନା ପାଇଁ କଣ କଣ ସଚେତନତା ଅବଲମ୍ବନ କରିବା ଆବଶ୍ୟକ ସେ ନେଇ ପ୍ରଥମ ସାଙ୍କେତିକ ଭାଷାରେ ଭିଡିଓ ଓଡିଶା ଭିନ୍ନକ୍ଷମ ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଓଡିଶା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ।

ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଓ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣାକୁ ମଧ୍ୟ ସାଙ୍କେତିକ ଭାଷାରେ ପ୍ରସ୍ତୁତ କରାଯାଇଥିଲା ।

Comments are closed.