Latest Odisha News

BREAKING NEWS

ସ୍ପେଶାଲ ସ୍କ୍ୱାଡ୍ ହାବୁଡ଼ରେ ୮ ଜଣିଆ ଗ୍ୟାଙ୍ଗ, ଟାର୍ଗେଟରେ ଥିଲେ ବ୍ୟାଙ୍କ କଷ୍ଟମର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରା ପଡ଼ିଛନ୍ତି ଏରାଗୋଲା ଗ୍ୟାଙ୍ଗ । ଏମାନେ ବ୍ୟାଙ୍କ ସାମ୍ନାରେ ଛକି ରହି ଗ୍ରାହକଙ୍କୁ ଲୁଟ୍ କରୁଥିଲେ । କାର କାଚ ଭାଙ୍ଗି ବାଟରେ ଟଙ୍କା ଲୁଟି ନେଉଥିଲେ । ଏହି ଗ୍ୟାଙ୍ଗର ୮ ଜଣ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିଛନ୍ତି । ଅଭିଯୁକ୍ତ ମାନେ ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଲୁଟତରାଜ ଚଳାଇଥିଲେ ।

ଚନ୍ଦ୍ରଶେଖରପୁର, ଖାରବେଳନଗର ଓ ଜଟଣୀ ଥାନା ଅଞ୍ଚଳରେ ହୋଇଥିବା ଅଭିଯୋଗ ଆଧାରରେ ଏହି ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ଏମାନଙ୍କ ଠାରୁ କାର କାଚ ଭାଙ୍ଗିବା ଯନ୍ତ୍ର ସହ ୨ ଟି ବାଇକ୍, ଏକ ହୀରା ଅଳଙ୍କାର, ଦେଢ଼ ଲକ୍ଷ ଟଙ୍କା, ୧୨ ଟି ମୋବାଇଲ ଜବତ କରାଯାଇଛି । ବିଶେଷ କରି ବ୍ୟାଙ୍କକୁ ଆସୁଥିବା ଗ୍ରାହାକଙ୍କୁ ପିଛା କରି ଲୁଟ୍ କରୁଥିଲେ ଅଭିଯୁକ୍ତି ।

କିଛିଦିନ ତଳେ ଅଭିଯୁକ୍ତମାନେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ବାର୍ବିକ୍ୟୁ ନେସନ ସାମ୍ନାରେ ଦମ୍ପତି ବିବାହ ବାର୍ଷିକୀ ମନାଇବା ଲାଗି ଯାଇଥିଲେ । ସେହି ସମୟରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଲୁଟି ନେଇଥିଲେ ହିରା ନେକଲେସ ସହ ଟଙ୍କା । ସେହିପରି ଖାରବେଳ ନଗରର ଥାନା ଅଞ୍ଚଳରେ ବ୍ୟାଙ୍କରୁ ଫେରିବା ବେଳେ ପିଛା କରି ଲୁଟିଥିଲେ ଟଙ୍କା । ସେହିପରି ଜଟଣୀ ଥାନା ଅଞ୍ଚଳରେ ଜଣେ ଜମି ରେଜିଷ୍ଟ୍ରେସନ ପାଇଁ ବ୍ଲକ ଅଫିସ୍ ଯିବା ବେଳେ ଗାଡ଼ିର ଡିକି ଭାଙ୍ଗି ଟଙ୍କା ଲୁଟିଥିଲେ ।

Leave A Reply

Your email address will not be published.