Latest Odisha News

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ସିନିୟରଙ୍କୁ ବିଶ୍ରାମ

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ କରାଯାଇଛି । ଦଳର ୩ ପ୍ରମୁଖ ଖେଳାଳି ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି । ପ୍ରଥମ ମ୍ୟାଚ ୨୨ ଜୁଲାଇରେ ଦି କୁଇନ୍ସ ପାର୍କ ଓଭାଲରେ ଖେଳାଯିବ । ବାକି ୨ଟି ମ୍ୟାଚ ୨୪ ଓ ୨୭ରେ ପୋର୍ଟ ଅଫ ସ୍ପେନ ଓ ତ୍ରିନିଦାଦରେ ଆୟୋଜିତ ହେବ ।

 

ଭାରତୀୟ ଦଳ: ଶିଖର ଧାୱନ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁଭମନ ଗିଲ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାଶ ଆୟାର, ଈଶାନ କିଶାନ, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡେଜା (ଉପ ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆଭେଶ ଖାଁ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ ।

Comments are closed.